Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମଣ୍ଡି ଅବ୍ୟବସ୍ଥା ବିରୋଧରେ ଚାଷୀଙ୍କ ରଣ ହୁଙ୍କାର ।

ମଣ୍ଡି ଅବ୍ୟବସ୍ଥା ବିରୋଧରେ ଚାଷୀଙ୍କ ରଣ ହୁଙ୍କାର ।

ବରଗଡ-ଭେଡେନ ବ୍ଲକ କୃଷକ ସଙ୍ଗଠନ ମଣ୍ଡିକୁ ଚାଲ ଅଭିଯାନ ଆରମ୍ଭ କରିଛି । ମଣ୍ଡିର ଦୁର୍ଦଶା, ଅବ୍ୟବସ୍ଥା, କଟନୀ ଛଟନୀ, ଧାନ ପଡି ରହିବା, ବସ୍ତା, ମଣ୍ଡିରେ ଗୁଣାତ୍ମକ ମାନ ସହିତ ଆଦ୍ରତା ମପା ନ ଯିବା କାରଣ ରୁ ଚାଷୀ ନିରୁତ୍ସାହିତ ହୋଇ ଦଲାଲ ସାହାଯ୍ୟ ରେ ଧାନ ବିକ୍ରି କରୁଥିବା ସଙ୍ଗଠନ ଦାବୀ କରୁଛି। ବରଗଡ଼ ଜିଲ୍ଲାର ପ୍ରାୟ ମଣ୍ଡିରେ ଦଲାଲ ରାଜ ଚାଲିଛି କୌଣସି ମଣ୍ଡିରେ ସରକାରୀ ନୟାମ ଅନୁସାରେ କାମ ହେଉନାହିଁ, ମଣ୍ଡି ଦାୟିତ୍ୱ ରେ ଥିବା ଆର ଏମ ସି, ପେକ୍ସ କର୍ମଚାରୀ ମାନେ ଚାଷୀମାନଙ୍କର ଧାନ କିଣାବିକା ଦାୟିତ୍ୱରେ ନ ରହି ମିଲ ମାନଙ୍କ ଦଲାଲ ଗିରି କରୁଛନ୍ତି ଏବଂ ବାହାରେ ବାହାରେ ସିଲିପ କାଟି ଧାନ କିଣା ଦଲାଲ ମାନଙ୍କୁ ସାହାଯ୍ୟ କରୁଛନ୍ତି। ପ୍ରଶାସନ ନିରବଦ୍ରଷ୍ଟା ଚାଷୀ ର ଭଲ ଧାନ ରେ ଏକ ଦୁଇ କେଜି କଟିଙ୍ଗ ନ ଦେଲେ ଧାନ ଉଠୁ ନାହିଁ।

ବରଗଡ଼ ଜିଲ୍ଲାରେ ୮୫ ହଜାର ଚାଷୀ ପଞ୍ଜିକୃତ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୭ ହଜାର ଚାଷୀ ପ୍ରାୟ ୪୦ ଲକ୍ଷ କ୍ୟୁଣ୍ଟାଲ ଧାନ ବିକ୍ରି କରିସାରିଲାଣି।ଆହୁରୀ ୨୭ ହଜାର ଚାଷୀ ଧାନ ବିକ୍ରି କରିବେ ସେମାନଙ୍କ ଧାନ ଦଶ ରୁ କୋଡ଼ିଏ ଦିନ ହେବ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହୁଛି। ଚାଷୀ ତୁରନ୍ତ ଧାନ ବିକ୍ରି କରି ନୂତନ ଧାନ ଚାଷ କରିବା ପାଇଁ ଇଛୁକ ହେଲେ କରିବ କଣ ମିଲ ମାନେ ଠିକ ଭାବେ ଗାଡି ପଠାଉ ନାହାଁନ୍ତି ସେଥିପାଇଁ ମନ୍ଥର ଗତିରେ ଧାନ କିଣା ହେଉଛି। ଏଣୁ କୃଷକ ସଂଗଠନ ଦାବୀ କରୁଅଛି ଯେ ମୌସୁମୀ ଏବଂ ନୂତନ ଚାଷ କାରଣ ରୁ ମଣ୍ଡିରେ ପଡ଼ିଥିବା ସମସ୍ତ ଧାନ ସାତ ଦିନ ମଧ୍ୟରେ କଟନୀ ଛଟନୀ ଓ ଚାଷୀଙ୍କୁ ହଇରାଣ ନ କରି କିଣା ଯାଉ। ନୂତନ ସରକାର ଗଠନର ପ୍ରଥମ ଦିନରୁ ଧାନ କିଣା ଅବ୍ୟବସ୍ଥା ର ସୁଧାର ଅଣାବାକୁ ଏବଂ ନିର୍ବାଚନୀ ଦେଇଥିବା ପ୍ରତିଶୃତି ଧାନ କ୍ୟୁଣ୍ଟାଲ ଏକତିରିଶ ଶହ ର ସ୍ପଷ୍ଟୀକରଣ କରିବା ପାଇଁ ଦାବୀ କରିଛନ୍ତି।

ବାଇକ ରାଲି ଉତ୍ପନ୍ନ ଭୋଇଙ୍କ ନେତୃତ୍ୱ ରେ ରମେଶ ମହାପାତ୍ର, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ଚୂଡ଼ାମଣି ଛନ୍ଦ, ବିଜୟ ସାହୁ,କୁନା ପଧାନ, ସୁଦଂଶୁ ଦୀପ, ନନ୍ଦିଘୋଷ ମିଶ୍ର, ପ୍ରଭାତ ମିଶ୍ର ଙ୍କ ସହଯୋଗ ରେ ଭେଡେନ, ପପଙ୍ଗା, ଚି଼ଚିଣ୍ଡା, ଥୁଆପାଲି, ରେମଣ୍ଡା ପରେ ସହରାଟିକ୍ରା ମଣ୍ଡି ପରି ଦର୍ଶନ କରାଯାଇଛି। ସହରା ଟିକ୍ରା ମଣ୍ଡିରେ ବାଇକ ରେଲି ସଦସ୍ୟ ମାନଙ୍କୁ ଉପଢୌକାନ ଦେଇ ଭବ୍ୟ ସ୍ୱାଗତ କରାଗଲା।

error: Content is protected !!