Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବରପାଲି ଶିତଳଷଷ୍ଠୀ ଯାତ୍ରାରେ କିନ୍ନରଙ୍କ ରେମ୍ପ୍ ସୋ ।

ବରପାଲି ଶିତଳଷଷ୍ଠୀ ଯାତ୍ରାରେ କିନ୍ନରଙ୍କ ରେମ୍ପ୍ ସୋ ।

ବରପାଲି – ବରପାଲି ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଚଳିତ ବର୍ଷ ଭଣ୍ଡାର ଗୃହ ସମ୍ମୁଖ ଆୟୋଜିତ ମଞ୍ଚରେ କିନ୍ନର ମାନଙ୍କ ରେମ୍ପ୍ ସୋ ପ୍ରତିଯୋଗିତା ହୋଇଯାଇଛି। ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୦ ଜଣ କିନ୍ନର ଭାଗ ନେଇ ନିଜ ପ୍ରତିଭା ପଦର୍ଶନ କରିଥିଲେ |

ସେମାନଙ୍କ ମଧ୍ୟରୁ ଝାରସୁଗୁଡ଼ା ଦେବାଂଶୀ, ରେଙ୍ଗାଲି ବିନି ଓ ବଲାଙ୍ଗୀର ନାଂଶୀ ପର୍ଯ୍ଯାୟ କ୍ରମେ ପ୍ରଥମ,ଦ୍ବିତିୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରେମ୍ପ ସୋର ବିଚାରକ ଭାବରେ ରାଉରକେଲା ରାଜେଶ୍ଵରୀ ନାଗ, ଚକ୍ଷୁ ବିଶେଷଜ୍ଞ ନିକିତା ସ୍ବାଇଁ ଓ ଅଭିନେତ୍ରୀ ସୋନାଲି ଦାଶ ଦାୟିତ୍ବ ତୁଲାଇଥିଲେ।

ଯାତ୍ରା କମିଟି ସାଂସ୍କୃତିକ ସମ୍ପାଦକ ପିଙ୍କୁ ସାହୁ, ସହ ସମ୍ପାଦକ ସୁପ୍ରଭାତ ସାହୁ, ଗୋପାଳ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମଣ୍ଟୁ ମେହେର, ଏକଲବ୍ୟ ମେହେର, ସୁବ୍ରତ ବାରିକ, ଚନ୍ଦନ ଦାଶ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବହୁ ଦର୍ଶକ ଶୃଙ୍ଖଳାର ସହ ଉପଭୋଗ କରିଥିଲେ।

error: Content is protected !!