Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଭୈରବ ପରିକ୍ରମା ଦେବଦେବୀ ନିମନ୍ତ୍ରଣ।

ଭୈରବ ପରିକ୍ରମା ଦେବଦେବୀ ନିମନ୍ତ୍ରଣ।

ବରପାଲି-ଚଳିତ ୧୪୭ ତମ ଶିବବିବାହ ମହୋତ୍ସବ ଅବସରରେ ରବିବାର ରାତ୍ର ସମୟରେ ଭୈରବ ପରିକ୍ରମା ମାଧ୍ଯମରେ ଦେବ ନିମନ୍ର୍ତଣ ପର୍ବ ସମାପନ ହୋଇଯାଇଛି। ପ୍ରାତଃ ସମୟରେ ଭଣ୍ତାରଗୃହ ଓ ହିମାଦ୍ରୀନଗର ପୂଜା ମଣ୍ତପରେ ଶିବପାର୍ବତୀ ଓ ନଟରାଜ ଶିବଙ୍କ ସ୍ନାନ ଓ ଧୂପ, ଶତଆରତୀ ଅର୍ପଣ କରାଯାଇଥିଲା। ପରେ ଭକ୍ତମାନଙ୍କ ଦ୍ବାରା ଭୋଗ ରାଗ ସମର୍ପଣ ହୋଇ ପୂଜାର୍ଚ୍ଚନା ହୋଇଥିଲା । ମଧ୍ଯାହ୍ନ ସମୟରେ ଭଣ୍ଡାରଗୃହ ମଣ୍ତପରେ ଦେବାଦେବୀଙ୍କୁ ଅନ୍ନଭୋଗ ସମର୍ପଣ ସହ ବିଶ୍ରାମ କାର୍ଯ୍ଯ ସମ୍ପର୍ଣ୍ଣ କରାଯାଇଥିଲା।ସନ୍ଧ୍ୟା ସମୟରେ ଦେବାଦେବୀ ଓ ପାର୍ଶ୍ବ ଦେବାତା ମାନଙ୍କୁ ଶତଆରତୀ ସମର୍ପଣ ସହ ଭକ୍ତବୃନ୍ଦଙ୍କ ଦ୍ବାରା ଭୋଗ ଅର୍ପଣ ହୋଇଥିଲା।

ପରେ ଶ୍ରୀ ଶ୍ରୀ କପିଳେଶ୍ଵର ଦେବଙ୍କ ବିବାହ ପ୍ରରମ୍ଭ ପର୍ବ ଦେବନିମନ୍ତ୍ରଣ ପାଇଁ ଭୈରବ ବାବାଙ୍କ ଶୋଭଯାତ୍ରା ବାହାରିଥିଲା। ଭଣ୍ଡାରଗୃହରୁ ଭୈରବ ଦେବଙ୍କ ପରଭା ନଗର ପରିକ୍ରମା ମାଧ୍ଯମରେ ଦେବାଦେବୀଙ୍କ ମନ୍ଦିରରେ ଗୁଆଗୁଣ୍ତା ବିତରଣ କରିଥିଲେ। ରାତ୍ର ସମୟରେ ସହରର ବିଭିନ୍ନ ମୂଖ୍ଯ ସ୍ଥାନ ମାନଙ୍କରେ ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ରାତ୍ର ସମୟରେ ରାମେଶ୍ଵର ମହାଦେବଙ୍କ ମନ୍ଦିରରେ ମହାଦୀପ ସଂସ୍ଥାପନ ହୋଇଥିଲା। ସେହିପରି ଗତ ରାତ୍ର ସମୟରେ ବାବା କପିଳେଶ୍ଵର ଦେବଙ୍କ ବିବାହ ପାଇଁ ପାତ୍ରୀ ଅନ୍ବେଷଣ ଶୋଭାଯାତ୍ରା ବାହାରି ହିମାଦ୍ରି ନଗରରେ ପହଞ୍ଚିଥିଲା।

ହିମାଦ୍ରୀ ନଗର ଶିବାଜୀ କ୍ଲବ୍ ପରିସରରେ ପହଞ୍ଚିଲା ପରେ ପଣ୍ତିତ ମାନଙ୍କ ଦ୍ବାରା ଯୁକ୍ତିତର୍କ ମାଧ୍ଯମରେ ମାତା ପାର୍ବତୀଙ୍କୁ ପାତ୍ରୀ ଭାବରେ ମନୋନୟନ ଉତ୍ସବ ବୈଦିକ ରୀତିରେ ସମ୍ପନ୍ନ ହୋଇଥିଲା । ରାତ୍ର ସମୟରେ ସହରର ବିଭିନ୍ନ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ରାତ୍ର ସମୟରେ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବ ମନ୍ଦିରରେ ମହାଦୀପ ସଂସ୍ଥାପନ ପାଳିତ ହେଲା ।

error: Content is protected !!