ପଦ୍ମପୁର-ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ପାଇକମାଲ, ଝାରବନ୍ଧ, ଗାଈସେଲିଲେଟ ଏବଂ ପଦ୍ମପୁର ବ୍ଲକର ପ୍ରତିନିଧି ମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମିଗ ଜୋମ ବୀମା ଜନିତ କ୍ଷତିପୂରଣ, ଧାନ ବିକ୍ରି, ଇନପୁଟ ସବସିଟି, ଜଳସେଚନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଲୋଚନା ରେ ମିଗ ଜୋମ ରେ ମାତ୍ର କୋଡ଼ିଏ କୋଟି ଟଙ୍କା ଚାଷୀ ପାଇଛନ୍ତି ଏବଂ ତିନି କୋଟି ଟଙ୍କା ଆଧାର ସମ୍ପର୍କ ନଥିବାରୁ ସେମାନଙ୍କ ଆକାଉଣ୍ଟରେ କ୍ଷତିପୂରଣ ଟଙ୍କା ପାଇ ନାହାଁନ୍ତି।
ଯେଉଁ ମାନେ କ୍ଷତିପୁରଣ ପାଇ ନହାନ୍ତି ସେମାନଙ୍କର ତାଲିକା ସଂଗଠନ ପାଖରେ ଅଛି ତାହା ଗ୍ରାମ ଗ୍ରାମରେ ବଞ୍ଚିତ ଚାଷୀ ମାନଙ୍କୁ ସଂଶୋଧନ କରାଇବା ପାଇ ନିଷ୍ପତ୍ତି ନେଇଥିଲେ । ଯେଉଁ ମାନେ କ୍ଷତିଗ୍ରସ୍ତ ହୋଇ କ୍ଷତିପୂରଣ ପାଇ ନାହାଁନ୍ତି ସେମାନେ ରିଳାଏନ୍ସ କମ୍ପାନୀକୁ ଲିଖିତ ଅଭିଯୋଗ କରିବାକୁ ସଂଗଠନ ଅନୁରୋଧ କରିଛି। ରିଳାଏନ୍ସ କମ୍ପାନୀ ବାରମ୍ବାର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ନ ଦେବା ପାଇଁ ଅନେକ ହଇରାଣ ହରକତ କରୁଥିବାରୁ ଏବଂ ଚାଷୀମାନେ ଏହି କମ୍ପାନୀ କୁ ବିଶ୍ୱାସ କରୁ ନ ଥିବାରୁ ତାହାକୁ ବରଗଡ଼ ଜିଲ୍ଲାରୁ ବାହାର କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ନିଷ୍ପତ୍ତି ହୋଇଥିଲା ।
ପଦ୍ମପୁର ଅଞ୍ଚଳରେ ବିପୁଳ ମକା ଚାଷ ଏବଂ ଚଳିତ ଚାଷକୁ ନେଇ ବିହନ, ସାର ଏବଂ ବିଦ୍ୟୁତ ବିଲ ପ୍ରସଙ୍ଗକୁ ନେଇ ପ୍ରଶାସନ ସହିତ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଚାଷୀନେତା ରମେଶ ମହାପାତ୍ର, ଅଜିତ ଶତପଥୀ, ଲିଙ୍ଗରାଜ ପଧାନ,କୈଳାସ ବାରିକ,ସୁବାସ ସାମନ୍ତରାୟ, ରୋହିତ ପଧାନ, ଅରବିନ୍ଦ ପଣ୍ଡା, ଆନନ୍ଦ ପଧାନ, ବୀରେନ୍ଦ୍ର ପଧାନ, ମୀନକେତନ ବିଶ୍ୱାଳ,ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।