Saturday, March 7, 2026
Homeଅଘଟଣଚାଷୀଙ୍କ ଧାନ ଚୋରୀ, ଥାନାରେ ଏତଲା ।

ଚାଷୀଙ୍କ ଧାନ ଚୋରୀ, ଥାନାରେ ଏତଲା ।

ଅତାବିରା(ସୁରେନ୍ଦ୍ର କଠାର)- ଶନିବାର ବିଳମ୍ବିତ ରାତିରେ ଅତାବିରା ଥାନା ଅଧିନ କଲଂଗାପାଲି ଖରମୁଣ୍ଡା ନାଲିଆ ବ୍ରିଜରେ ଥିବା ଜଣେ ଚାଷୀଙ୍କ ୬୭ ପ୍ୟାକେଟ ଧାନ ଚୋରୀ ହୋଇଯାଇଥିଲା । ଏ ନେଇ ଚାଷୀ ଜଣକ ରବିବାର ସକାଳ ୧୦ ଟାରେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଅତାବିରା ବ୍ଲକ ଲଚିଦା ପଞ୍ଚାୟତ କଲଂଗାପାଲି ଗ୍ରାମର

ଚାଷୀ ପ୍ରଦୀପ ପ୍ରଧାନ ନିଜ କ୍ଷେତରୁ ଧାନ ଅମଳ କରି ୧୪୩ ପ୍ୟାକେଟରେ ଧାନ ଭର୍ତ୍ତି କରି ନାଲିଆ ବ୍ରିଜ ଉପରେ ସାଇତି କରି ରଖିଥିଲେ। ହେଲେ ଶନିବାର ବିଳମ୍ବିତ ରାତିରେ କେହି ଜଣେ ତାଙ୍କର ୬୭ ପ୍ୟାକେଟ ଧାନ ଚୋରୀ କରି ନେଇଯାଇଛି। ଏ ନେଇ ଚାଷୀ ପ୍ରଦୀପ ପ୍ରଧାନ ଥାନାରେ ଏତଲା ଦେଲା ପରେ ଘଟଣା ସ୍ଥଳକୁ ଅତାବିରା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି।

error: Content is protected !!