ରାଇରଙ୍ଗପୁର(ଶ୍ୟାମଳେନ୍ଦୁ ପରିଡା)-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଶେଷ ପର୍ଯ୍ୟାୟ ୪ର୍ଥ ମତଦାନ ସାବ୍ୟସ୍ତ କାର୍ଯ୍ୟକ୍ରମ ଏଥିରେ ରାଇରଙ୍ଗପୁର ମ୍ୟୁନିସିପାଲିଟିର ୧୫ଟି ୱାର୍ଡରୁ ୧୭ ଟି ବୁଥ୍ କେନ୍ଦ୍ରରେ ହାରାହାରି ପୁରୁଷ ଓ ମହିଳା ମିଶାଇ ସମୁଦାୟ ପ୍ରାୟ ୩୦ ହଜାର ଭୋଟର ମତଦାନ ସାବ୍ୟସ୍ତ କରିଥିଲେ | ସମସ୍ତ ବୁଥ୍ ରେ ଶାନ୍ତିଶୃଙ୍ଖଳା ଭାବରେ ମତଦାନ କାର୍ଯ୍ୟକ୍ରମ ହୋଇଯାଇଛି | ଏହାପରେ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନରେ ବନ୍ଧା ପଡିଛି | ଆସନ୍ତା ୪ ତାରିଖରେ ଗଣତିରେ ଜଣାପଡିବ, କିଏ ବାଜିମାତ କଲା , ଆଉ କିଏ ଧରାଶାୟୀ ହେଲେ | ରାଇରଙ୍ଗପୁର ସହରସ୍ତ ସମସ୍ତ ବୁଥ୍ କେନ୍ଦ୍ରରେ ବିଜେଡି, ବିଜେପି ତଥା ଅନ୍ୟ ଦଳୀୟ କର୍ମୀମାନେ ଲୋକମାନଙ୍କୁ ନିଜ ଆଡକୁ କେନ୍ଦ୍ରୀଭୂତ କରିବା ପାଇଁ ଚେଷ୍ଠା କରିଥିଲେ |
ଯଦିଓ ମତଦାନ ହେଉଛି, ଗଣତାନ୍ତ୍ରିକ ଅଧିକାର | ତେଣୁ ଭୋଟର ନିଜ ଇଛା ଅନୁଯାୟୀ, ବୁଥ୍ କେନ୍ଦ୍ରକୁ ଯାଇ ମତଦାନ ସାବ୍ୟସ୍ତ କରିଥିଲେ | ଏଥିରେ ପୋଲିସ ପ୍ରଶାସନ ସ୍ଥାନେ ସ୍ଥାନେ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ | ଦେଖିବାକୁ ବାକି ରହିଲା କାହା ଭାଗ୍ୟରେ ସୁନା କଳସ ଢଳା ହେବ | ପ୍ରତିଧ୍ବନ୍ଦିତା କରୁଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ରାଇରଙ୍ଗପୁର ବିଧାୟକ ଆସନରେ ୧୩ ଜଣ : ଜଲେନ ନାଏକ ବିଜେପି, ଜଗେନ୍ଦ୍ର ବାନରା ଆଇଏନସି, ଦାମୋଦର ପୂର୍ତ୍ତୀ ବିଏସପି, ଯଶୋଦା ମାର୍ଣ୍ଡି ବିଏଇଜଜେକେପି, ଲକ୍ଷ୍ମଣ ମାଝୀ ବିଏଇଜଏସକେପି, ଅନତା ଆଲୋକ ବାସ୍କେ ଏଜେଏସୟୁପି, ରାଇସେନ ମୁର୍ମୁ ବିଜେଡି, ସୁନାରାମ ଟୁଡୁ ଜେଏମଏମ, ସ୍ବାଧୀନ ଭାବେ ମିନତୀ ହାଁସଦାଃ, ନାରାୟଣ ମୁର୍ମୁ, ପ୍ରହଲ୍ଲାଦ ପୂର୍ତ୍ତୀ, ସାଲଖୁ ଲେମ୍ଭ ମାଝୀ ଓ ସୁନାରାମ ହେମ୍ବ୍ରମ ତଥା ମୟୂରଭଞ୍ଜ ଲୋକସଭା ଆସନ ଭାବେ ୧୨ ଜଣ : ନବ ଚରଣ ମାଝୀ ବିଜେପି, ଜଟିୟା ସାୟା ବିଏସପି, ଗୁରୁ ଚରଣ ହେମ୍ବ୍ରମ ବିଏଇଜଜେକେପି, ପିତାମ୍ବର ନାୟକ ଏସୟୁସିଆଇ, ସୁକାନ୍ତ ହେମ୍ବ୍ରମ ବିଏନଏଆରପି, ଅନତା ଆଲୋକ ବାସ୍କେ ଏଜେଏସୟୁପି, ସୁଦାମ ମାର୍ଣ୍ଡି ବିଜେଡି, ଅଞ୍ଜନୀ ସୋରେନ ଜେଏମଏମ, ସ୍ବାଧୀନ ଭାବେ ଅଶୋକ କୁମାର ସିଂ, ବାଜୁନ ହାଁସଦାଃ, କାହ୍ନୁଚରଣ ଟୁଡୁ ଓ ଶାନ୍ତିଲତା ଚାଟାର ପ୍ରମୁଖ |