ଗାଇସିଲେଟ-ଆଧ୍ୟାତ୍ମିକ ଭକ୍ତି ଭାବନାରେ ଧିରେ ଧିରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ ଭାବରେ ଏବେ ଦେଖିବାକୁ ମିଳୁଛି। କେଉଁଠି ଗାୟତ୍ରୀ ମହାଯଜ୍ଞ ତ ଆଉ କେଉଁଠି କଳାକୃଷ୍ଣ ମହାଯଜ୍ଞ ହେଉଥିବା ବେଳେ ଗାଁ ମାନଙ୍କରେ ବହୁ ମାତ୍ରାରେ ହରି ନାମ ସଂକୀର୍ତ୍ତନ ଅଖଣ୍ଡ ନାମଯଜ୍ଞ ଦେଖିବାକୁ ମିଳୁଛି। ଠିକ ସେହିପରି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅଧିନସ୍ତ ପରମାନନ୍ଦପୁର ଗ୍ରାମର ଆୟୋଜକ କ୍ରମେ ବୁଧବାର ଷୋହଳପ୍ରହରୀ ନାମଯଜ୍ଞ ଶୁଭାରମ୍ଭ ହୋଇଥିବା ବେଳେ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ପ୍ରଥମ ଦିନ ବୁଧବାର ସନ୍ଧ୍ୟାରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଶୁଭ କଳସଯାତ୍ରା ହୋଇ ପୋଖରୀରୁ ପାଣି ଗ୍ରହଣ ପରେ ଅଧିବାସ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶହ ଶହ ସଂଖ୍ୟକ ଜନସମାଗମରେ କଳସ ଯାତ୍ରା ଗାଁକୁ ବେଶ ବିମୋହିତ କରିଥିଲା।
ଏହି ନାମଯଜ୍ଞରେ କଳାହାଣ୍ଡି,ବୁରୋମୁଣ୍ଡା,କେନଟିକ୍ରା,କୁର୍ଲୁବାହାଲ,ସନ୍ଧିବାହାଲ,ଖୁଲାଗଡ,କେଲେଣ୍ଡା ଏହିପରି ୭ ଗୋଟି ଦଳ ଏଥିରେ ସାମିଲ ହୋଇଥିବା ବେଳେ ସହଯୋଗ ଦଳ ଭାବରେ ଆଖ ପାଖ ଅଞ୍ଚଳର କୁଲିଆରୀ,ସେମେଲମୁଣ୍ଡା,ଇନପୁର,ବିରିପାଲି,କେନ୍ଦୁମାଲ,ବଞ୍ଜୁଝୁଲା କିର୍ତ୍ୟନ୍ୟ ଦଳ ଗୁଡିକ ଯୋଗଦେଇଥିବା ଜଣାପଡ଼ିଛି। କର୍ତ୍ତା ଭାବେ ସିଦ୍ଧାର୍ଥ ବଢେଇ ଏବଂ ତାଙ୍କ ଧର୍ମ ପତ୍ନୀ ଶିତିକା ବଢେଇ ନିଷ୍ଠାର ସହ ପୂଜାର୍ଚ୍ଚନା, ନାମଯଜ୍ଞ କରି ଶ୍ରୀ ଶ୍ରୀ ରାମକୃଷ୍ଣଙ୍କ ଆଶୀର୍ବାଦ ଭିକ୍ଷା କରିଥିବା ବେଳେ ପୂଜକ ଭାବରେ ସଦାନନ୍ଦ ମିଶ୍ର,ଗୋପାଳ ମିଶ୍ର ପୂଜା କାର୍ଯ୍ୟ ତୁଲାଇ ଥିଲେ । ଏହି ନାମ ଯଜ୍ଞରେ ନିଜକୁ ଭକ୍ତି ଭାବନାରେ ସମର୍ପିତ କରିବାପାଇଁ ଦ୍ଵିତୀୟ ଦିନ ଅତିଥି ଭାବରେ ବିଜେପୁର ବିଧାୟିକା ରୀତା ସାହୁ , ଗାଇସିଲେଟ ବ୍ଲକ୍ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, କଟାବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ ଅର୍ପିତା ପଣ୍ଡା,ବିଜେଡି ନେତା ନାରଦ ବରିହା,ଚୈତନ୍ୟ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସୁଅ ଛୁଟୁଥିଲା ଯାହାଫଳରେ ପରମାନନ୍ଦପୁର ଗ୍ରାମ ଲୋକାରଣ୍ୟ ହୋଇପଡ଼ିଥିଲା।
ଆନନ୍ଦ ବଜାରରେ ଆବାଳ ବୃଦ୍ଧ ବନିତା ତଥା ହଜାର ହଜାର ଭକ୍ତ ଆନନ୍ଦର ସହ ଅନ୍ନ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା। ଷୋହଳ ପ୍ରହର ନାମଯଜ୍ଞ ସମ୍ପନ୍ନ ପରେ ସମାଜସେବୀ ସୁଶାନ୍ତ ପଣ୍ଡାଙ୍କ ପରିଚାଳନା ରେ ଏକ ବୈଠକି କୀର୍ତ୍ତନ ଆରମ୍ଭ ହୋଇଥିଲା ଏଥିରେ ତିନୋଟି ଦଳ ତଥା କୁଲିଆରୀ,ସନ୍ଧିବାହଲ ଓ କୁର୍ଲୁବାହାଲ୍ କୀର୍ତ୍ୟନ୍ୟ ଦଳ ସାମିଲ ହୋଇଥିଲେ । ଶ୍ରୀଯୁକ୍ତ ପଣ୍ଡା ପ୍ରଥମେ ଉପସ୍ଥିତ ସମସ୍ତ କୀର୍ତ୍ତନ ପ୍ରେମୀ ଓ ଦର୍ଶକ ମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ନାମଯଜ୍ଞ ନ କରି ଅନ୍ୟ ସମୟରେ ଯଜ୍ଞ କରିବା ସହ ନାମଯଜ୍ଞ ପାଇଁ ଗଛ ବ୍ୟବହାର ନ କରି ଆଗାମୀ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ବ୍ୟାପକ ଭାବରେ ଆଗେଇ ନେବା ପାଇଁ ଅନୁରୋଧ କରିଥିବା ବେଳେ ପରିଶେଷରେ ଶାନ୍ତିଶୃଙ୍ଖଳାର ସହିତ ଯଜ୍ଞ ସମ୍ପନ୍ନ କରିଥିବାରୁ ଗ୍ରାମବାସୀଙ୍କୁ ଖୁବ୍ ପ୍ରଶଂସା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।