Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁରରେ ଚାରି ଦିନିଆଁ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଘାଟିତ ।

ପଦ୍ମପୁରରେ ଚାରି ଦିନିଆଁ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଘାଟିତ ।

ପଦ୍ମପୁର – ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲ ଠାରେ ଚାରି ଦିନିଆଁ ଓଡିଶୀ ନୃତ୍ୟ କର୍ମଶାଳା ଅତିରିକ୍ତ ଜିଲ୍ଲପାଳ ଶ୍ରୀ କୁନାଲ ମୋତିଲାଲ ଚୌହାନଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ସୁରେନ୍ଦ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ ଅବଧାନରେ ଏହି କାର୍ଯ୍ୟକ୍ରମ ହେଉଅଛି ।

ଏହି ଚାରିଦିନିଆ କର୍ମଶାଳାରେ ଓଡିଶୀ ନୃତ୍ୟ ଶିଳ୍ପୀ ସୁଶ୍ରୀ ମମତା ବରିହା ବହୁ ଦୂର ଦୁରାନ୍ତର ରୁ ଆସି ଥିବା ନୃତ୍ୟ ଶିଳ୍ପୀ ମାନଙ୍କୁ ଶିକ୍ଷାଦାନ ଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ଉଦଘାଟିତ କାର୍ଯ୍ୟକ୍ରମରେ ନାଟ୍ୟକାର ଶ୍ରୀ ଅଶୋକ କୁମାର ବହିଦାର,ରମେଶ ଗୁର୍ଲା,ଲାଲୁ ମହାନନ୍ଦ, ଶ୍ରୀମତୀ ମଞ୍ଜୁ ସାହୁ,ଶ୍ରୀମତୀ ସୂର୍ଯ୍ୟସ୍ନାତା ବହିଦାର,ଅଞ୍ଜଳି ପରିଡା ପ୍ରମୁଖ ଯୋଗଦାନ କରିଥିଲେ ।

ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପରେ ସୁଶ୍ରୀ ମମତା ବରିହା ଓଡିଶୀ ନୃତ୍ୟ ଉପରେ ଆଲୋକପାତ କରିଥିଲେ । ପଦ୍ମପୁର, ଝାରବନ୍ଧ,ପାଇକମାଲ,ବିଜେପୁର ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

error: Content is protected !!