Thursday, May 15, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରଗଡ଼ ଜିଲ୍ଲାର ଚାଷୀ ପୁଅ ନୁଆପଡା ଜିଲ୍ଲାର ମାଟ୍ରିକ ଟପ୍ପର ।

ବରଗଡ଼ ଜିଲ୍ଲାର ଚାଷୀ ପୁଅ ନୁଆପଡା ଜିଲ୍ଲାର ମାଟ୍ରିକ ଟପ୍ପର ।

ଝାରବନ୍ଧ(ବଂଶିଧର ନାୟକ)-ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ହୋଇଛି। ନୁଆପଡ଼ା ଜିଲ୍ଲାର ବେଲଟୁକ୍ରୀ ହାଇସ୍କୁଲର ଜୟପ୍ରକାଶ ସାହୁ ମ୍ୟାଟ୍ରିକ ପରୀକ୍ଷା ମୋଟ ଛଅ ଶହରୁ ୫୫୨ ନମ୍ବର ରଖି ନୁଆପଡ଼ା ଜିଲ୍ଲାରେ ଟପ୍ପର ‌ହୋଇଛନ୍ତି। ଜୟପ୍ରକାଶ ସାହୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବିଲାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମର ଶ୍ରୀ କିର୍ତ୍ତିଚନ୍ଦ୍ର ସାହୁ ଓ ମାଁ ପୁଷ୍ପଲତା ସାହୁ ଙ୍କ ସୁପୁତ୍ର।

ଜୟପ୍ରକାଶଙ୍କ ବାପା ଜଣେ ସଫଳ ଚାଷୀ ଓ ତାଙ୍କ ମାଁ ଜଣେ ସୁଗୃହିଣୀ ଅଟନ୍ତି। ସେ ଅକ୍ଲାନ୍ତ ପରିଶ୍ରମ କରି ପ୍ରତିଦିନ ନିଜ ଘରୁ ନିତ୍ୟାନନ୍ଦପୁର ଗ୍ରାମରୁ ବେଲଟୁକ୍ରୀ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାଇକେଲ ଯୋଗେ ଯିବା ଆସିବା କରି ପାଠ ପଢୁଥିଲେ। ତାଙ୍କ ସଫଳତା ପରେ ନିଜ ଗ୍ରାମ ନିତ୍ୟାନନ୍ଦପୁର ଓ ବିଲାସପୁର ପଞ୍ଚାୟତ ଅଞ୍ଚଳରୁ ଶୁଭେଛା ।ର ସୁଅ ଛୁଟୁଛି। ଜୟ ପ୍ରକାଶ ସାହୁଙ୍କ ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବାପା ମା’ଙ୍କୁ ଶ୍ରେୟ ଦେଇଛନ୍ତି ।

error: Content is protected !!