ଝାରବନ୍ଧ-ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ମାନଙ୍କୁ ଲୋକମାନଙ୍କ ପାଖକୁ ପହଞ୍ଚାଇବା ତଥା ଲୋକଙ୍କୁ ସଚେତନତା କରିବା ପାଇଁ ଲୋକକଳା ଦଳ ମାନଙ୍କ ଦ୍ୱାରା ସଚେତନ କରାଯାଇଥିଲା । ଏଥିପାଇଁ ବ୍ଲକ ପ୍ରଶାସନ ଜରିଆରେ ବିଭିନ୍ନ ଲୋକକଳା ଦଳ ମାନଙ୍କୁ ପଞ୍ଜିକରଣ କରି ତାଲିମ ଦେଇ ବିଭିନ୍ନ ଗାଁ ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା ଯେଉଁଥିପାଇଁ ସରକାର ସେହି କଳାକାର ମାନଙ୍କ ପାଇଁ ପାରିଶ୍ରମିକ ମଧ୍ୟ ଦେବାର ବ୍ୟବସ୍ଥା କରିଥିଲେ ।
ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ତିନି ଗୋଟି ଗ୍ରାମପଞ୍ଚାୟତ ଜଗଦଲପୁର , ଚଣ୍ଡୀଭଟା ଏବଂ ଲଉଡ଼ିଦର୍ହା ରେ ଚାରି ଗୋଟି ପ୍ରୋଗ୍ରାମ ପାଇଁ ସାନକୁଞ୍ଜାରି ର “ମା ସମଲେଶ୍ବରୀ ବଜା ପାର୍ଟି” କୁ ଦିଆଯାଇଥିଲା । ସେହି ବଜା ପାର୍ଟିର ଆଠ ଜଣିଆ କଳାକାର ଦଳ ତାଙ୍କର କଳା ପରିବେଷଣ କରି ଲୋକଙ୍କୁ ସଚେତନ କରିଥିଲେ । ହେଲେ ଆଠ ଜଣଙ୍କ ବଦଳରେ କେବଳ ସାତ ଜଣଙ୍କ ପ୍ରାପ୍ୟ ଦିଆଯାଇଛି । ଜଣେ ବ୍ୟକ୍ତିଙ୍କ ଟଙ୍କା ଦିଆଯାଇନାହିଁ ।
ଦଳର ମୁଖ୍ୟ ମସରାଜ୍ ଲୁହାରଙ୍କ କହିବା ଅନୁସାରେ ପ୍ରୋଗ୍ରାମ ର ନୋଡ଼ାଲ ଅଫିସର ସାତ ଜଣ ଙ୍କ ରିପୋର୍ଟ ଦେଇଛନ୍ତି । ତେବେ ସମସ୍ତ ଫଟୋ ଭିଡ଼ିଓର ତଥ୍ୟ ଅନୁସାରେ ଆଠ ଜଣ କଳାକାର ଥିବାବେଲେ କାହିଁକି ସାତ ଜଣ କଳା ପ୍ରଦର୍ଶନ କରିଥିବା ଉଲ୍ଲେଖ କରିଛନ୍ତି ତାହା କଳାକାର ମହଲରେ ତୀବ୍ର ନିନ୍ଦା ହେଉଛି l