ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡ଼ାମାଲ ଗ୍ରାମପଞ୍ଚାୟତ ଖଇରପାଲି ଠାରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗାଁ ରେ ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ଓଭର୍ ଟ୍ୟାଙ୍କ ନିର୍ମାଣ ହୋଇଥିଲେ ସୁଦ୍ଧା ନିର୍ମାଣ ତଥା ପରିଚାଳନା ଗତ ତୃଟି ଯୋଗୁଁ ଅଧିକାଂଶ ଗ୍ରାମବାସୀ ପାଣି ପାଇପାରୁ ବଞ୍ଚିତ ହେଉଛନ୍ତି ।
ଗତ ପାଞ୍ଚ ଦିନ ହେଲା ଟ୍ୟାଙ୍କ ପରିଚାଳନାରେ ତୃଟି ଯୋଗୁଁ ଗ୍ରାମବାସୀ ପାଣି ପାଇପାରୁ ନ ଥିବା କଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ଶତାଧିକ ମହିଳା ଗରା , ବାଲଟି ଆଣି ଗାଇସିଲେଟ – ପଦ୍ମପୁର ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଥିଲେ । ପଦ୍ମପୁର ପୋଲିସ ପହଞ୍ଚି ସମସ୍ତଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ୍ ବନ୍ଦ ହୋଇଥିଲା ।