Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମାଟ୍ରିକ ପରୀକ୍ଷାରେ ବରଗଡ ଜିଲ୍ଲାରେ ଟପ୍ପର ହେଲେ ଶୁଭଙ୍କର ସାହୁ ।

ମାଟ୍ରିକ ପରୀକ୍ଷାରେ ବରଗଡ ଜିଲ୍ଲାରେ ଟପ୍ପର ହେଲେ ଶୁଭଙ୍କର ସାହୁ ।

ଅତାବିରା(ସୁରେନ୍ଦ୍ର କଠାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି। ଏଥିରେ ବରଗଡ ଜିଲ୍ଲାର ପାସ ହାର ୯୭.୬୪ ରଖି ରାଜ୍ଯରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରଗଡ ଜିଲ୍ଲା ଅତାବିରା ଏନଏସି ଅଧିନ ଲାଦରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ୬୦୦ ମାର୍କରୁ ୫୮୩ ମାର୍କ (୯୭.୧୭%) ରଖି ବରଗଡ ଜିଲ୍ଲାରେ ଟପ୍ପର ହୋଇଛନ୍ତି।

ଶୁଭଙ୍କର ସାହୁ କୁଳମଣି ସାହୁଙ୍କ ପୁତ୍ର ଅଟନ୍ତି। ଟପ୍ପର ହେବାର ଖବର ପାଇବା ପରେ ଶୁଭଙ୍କର ସାହୁଙ୍କୁ ତାଙ୍କ ବନ୍ଦୁ ପରିଜନ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ବରଗଡ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଶୁଭଙ୍କର।

error: Content is protected !!