Saturday, March 7, 2026
Homeରାଜନୀତିକରଞ୍ଜିଆରେ ସରିଲା ନିର୍ବାଚନ,ଇଭିଏମରେ ବନ୍ଦ ୧୧ ପ୍ରାର୍ଥୀଙ୍କ ଭାଗ୍ଯ : କିଏ ପିନ୍ଧିବ ବିଜୟ ମୁକୁଟ...

କରଞ୍ଜିଆରେ ସରିଲା ନିର୍ବାଚନ,ଇଭିଏମରେ ବନ୍ଦ ୧୧ ପ୍ରାର୍ଥୀଙ୍କ ଭାଗ୍ଯ : କିଏ ପିନ୍ଧିବ ବିଜୟ ମୁକୁଟ ତା ଉପରେ ନଜର ।

ରାଇରଙ୍ଗପୁର(ଶ୍ୟାମଳେନ୍ଦୁ ପରିଡା)- କରଞ୍ଜିଆ ସଂରକ୍ଷିତ ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ସରିଯାଇଛି, ୧୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ରହିଛି ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ୍ୟ ୧୩୭ ଭୋଟର। ଶନିବାର ସକାଳ ୭ ଟା ସମୟରୁ ଆରମ୍ଭ ହୋଇଥିଲା ଭୋଟ ଗ୍ରହଣ ତେବେ ଆରମ୍ଭରୁ ମତଦାନ ଧିମାଥିବା ବେଳେ କିଛି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧଘଣ୍ଟା, ଏକଘଣ୍ଟା ପରେ ଆରମ୍ଭ ହୋଇଥିଲା ମତଦାନ ତେବେ ସଂଧ୍ଯା ୮ ଘଟିକା ପର୍ଯ୍ୟନ୍ତ ମୋଟ ଭୋଟଦାନ ଦାନ ୭୨.୨୫% ଶତକଡ଼ା ହୋଇଛି ସେଥିରୁ ପୁରୁଷ ଭୋଟର ୫୭ ହଜାର ୨୯୮ ଜଣ ଭୋଟ ଦେଇଥିବା ବେଳେ ୬୫ ହଜାର ୫୬୬ ଜଣ ମହିଳା ଭୋଟର ଭୋଟ ଦେଇଥିଲେ ମୋଟ ୧ ଲକ୍ଷ, ୨୨ ହଜାର ୮୬୪ ଜଣ ଭୋଟ ଦେଇଛନ୍ତି ।

ତେବେ ବଡ଼ଦେଉଳିରେ ରାସ୍ତା କାମ ଦାବିରେ ଭୋଟଦାନରୁ ବିରତି ଥିଲେ ଭୋଟର ହେଲେ ଉପଜିଲ୍ଲାପାଳ ବୁଝା ସୁଝା କରିବା ପରେ ଭୋଟ ଦେବା ଆରମ୍ଭ ହୋଇଥିଲା, ସେହିପରି ଠାକୁରମୁଣ୍ଡା ମୁଣ୍ଡାବ୍ଳକର ଧାତକିଡ଼ିହି ଗ୍ରାମର ଲୋକେ ଭୋଟ୍ ବର୍ଜନ ପାଇଁ ନିଷ୍ପତି ନେଇଥିବା ବେଳେ ଉକ୍ତ କେନ୍ଦ୍ରରେ ମାତ୍ର ୫ଟି ଭୋଟ ପଡିଥିବା ଜଣାପଡିଛି, ସେହିପରି ୨୪୧ଟି ପୋଲିଂ ବୁଥରେ ପାନୀୟଜଳର ସମସ୍ୟା ଦେଖ‌ିବାକୁ ମିଳିଥିଲା, ବୁଥ ମାନଙ୍କରେ ପାଣି ଏବଂ ଔଷଧ ମହଜୁଦ୍ ରଖିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଥିଲେ ମଧ୍ୟ ବହୁ ଜାଗାରେ ଏହାର ବ୍ୟତିକ୍ରମ ଦେଖୁବାକୁ ମିଳିଥିଲା, ଯାହାଫଳରେ ପୋଲିଂ ପାର୍ଟି ଠୁ ଆରମ୍ଭ କରି ଭୋଟର ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

ଇଭିଏମରେ ବନ୍ଦ ହୋଇଥିବା ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଶାସକ ବିଜେଡି ଦଳର ପ୍ରାର୍ଥୀ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଭାରତୀୟ ଜନତା ଦଳ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ, କଂଗ୍ରେସ ଦଳ ର ଲକ୍ଷ୍ମୀଧର ସିଂ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ନାଏକ , ସ୍ବାଧୀନ ପ୍ରାର୍ଥୀନି ସବିତା ରାଣୀ ନାଏକ, ଏସ.ଇଉ.ସି.ଆଇ ଦଳର ବାଜୁ ରାମ ସିଧୁ,ସ୍ଵାଧୀନ ପ୍ରାର୍ଥୀ ଯୁଗଳ ନାଏକ, ପିଥ ମାରାଣ୍ଡି, ଧୁରୁବ ଚରଣ ମାଝୀ ବାଜୁ ରାମ ସିଧୁ , ନନ୍ଦ ବାଗେ, ଓ ବହୁଜନ ମୁକ୍ତି ପାର୍ଟି ରୁ ମୋହନ ଲାଲ ସୋଏ ଙ୍କ ଭାଗ୍ୟ ବନ୍ଦ ହେଇଛି । ତେବେ ଜୁନ ୪ ତାରିଖରେ ଫଳାଫଳ ବାହାରିବ ଏବଂ କିଏ ବିଜୟ ମୁକୁଟ ପିନ୍ଧିବ ତାହା ସମୟ କହିବ ।

error: Content is protected !!