Saturday, March 7, 2026
Homeଅଘଟଣଫେକ ଫଟୋ ଓ ଭିଡିଓ ଛାଡୁଥିବା ବ୍ଯକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଥାନା ଅଧିକାରୀଙ୍କୁ...

ଫେକ ଫଟୋ ଓ ଭିଡିଓ ଛାଡୁଥିବା ବ୍ଯକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କଲେ ବିଜେପି କର୍ମୀ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ଅତାବିରା ଏନଏସି ବିଜେପି ନଗର ସଭାପତି ସୁରେନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଆସି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ କେତେକ ବ୍ଯକ୍ତି ନିର୍ବାଚନ ସମ୍ବନ୍ଧରେ ଓ ଅତାବିରାର ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ନିହାରରଞ୍ଜନ ମହାନନ୍ଦଙ୍କ ଫେକ ପଟୁ ଓ ଭିଡିଓ ଛାଡୁଥିବା ବ୍ଯକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କୁ ଏକ ଏତଲା ପ୍ରଦାନ କରିଛନ୍ତି।

ଏତଲା ଦେବା ସମୟରେ ବିଜେପି କର୍ମୀ କାର୍ତ୍ତିକ ସାଏତ,ବିଦ୍ୟାଧର ପ୍ରଧାନ, ଦଶରଥ ଭୋଇ,ତପନ ବାଗ, ଉସମାନ ଖାନ, ପହଲାଦ ଉର୍ମା, ନିରୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!