Saturday, March 7, 2026
Homeରାଜନୀତିଅଟୋରେ ଆସି ଭୋଟ ଦେଲେ କାର୍ତ୍ତିକ ପାଣ୍ଡିଆନ୍‌‌:ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ କଲେ ଅପିଲ୍

ଅଟୋରେ ଆସି ଭୋଟ ଦେଲେ କାର୍ତ୍ତିକ ପାଣ୍ଡିଆନ୍‌‌:ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ କଲେ ଅପିଲ୍

ଭୁବନେଶ୍ବର- ଚାଲିଛି ଗଣତନ୍ତ୍ରର ମହାପର୍ବ । ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌। ସକାଳୁ ସକାଳୁ ଅଟୋରେ ବୁଥକୁ ପହଞ୍ଚିବା ପରେ ଲମ୍ବା ଲାଇନରେ ଛିଡା ହୋଇଥିଲେ ପାଣ୍ଡିଆନ୍‌‌। ଭୁବନେଶ୍ୱର ୟୁନିଟ୍‌‌-୬ର ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌‌। ଭୋଟ ଦେବା ପରେ ପ୍ରତିକ୍ରିୟା ଦେଇ ପାଣ୍ଡିଆନ କହିଛନ୍ତି ଯେ, ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୁଅନ୍ତୁ। ଅଟୋ ଚାଳକ ସଂଘର ଅନୁରୋଧ ରକ୍ଷା କରି ଅଟୋରେ ଭୋଟ ଦେବାକୁ ଯାଇଥିଲେ କାର୍ତ୍ତିକ ପାଣ୍ଡିଆନ୍‌‌। ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଥିଲେ।

error: Content is protected !!