ରାଇରଙ୍ଗପୁର(ଶ୍ୟାମଳେନ୍ଦୁ ପରିଡା)-ଆଗକୁ ଆସିଲାଣି ନିର୍ବାଚନ | ସବୁ ଦଳ ସଜାଗ ହୋଇ ନିର୍ବାଚନୀ ପ୍ରଚାର ଜୋରଦାର ଭାବେ ଆରମ୍ଭ କଲେଣି | ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁର ଗ୍ରସ୍ତରେ ଆସି ନିର୍ବାଚନୀ ଇସ୍ତାହାର ଯଥା ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଲ୍ ସଂପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ | ଆଜି ଦିବା ୧ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁର ସହରସ୍ତ ବଡମହୁଲଡିହା ଖେଳ ପଡିଆ ଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଏଥିସହିତ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ, ମୟରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ, ସାରସକଣା ବିଧାୟକ ପ୍ରାର୍ଥୀ ଡକ୍ଟର ଦେବାଶିଷ ମାର୍ଣ୍ଡି, ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଜେଡି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ବିଜେଡି ଯୁବ ସଭାପତି ଅଭିଷେକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଅତିଥିଗଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ସଫଳତା ବିଷୟରେ ଆମୂଳଚୁଳ କହିବା ସହିତ ନବୀନ ଯେଉଁଠି ଓଡିଶାର ବିକାଶ ସୁନିଶ୍ଚିତ | ଏବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଆସନ ଗ୍ରହଣ କରିବେ ଏବଂ ଓଡିଶାକୁ ବିକାଶ ପଥରେ ଆଗେଇ ନେବେ | ଓଡିଶାରେ ନବୀନବାବୁ ଏପରି ଜଣେ ମୁଖ୍ୟମନ୍ତ୍ରୀ , ସେ କଥାରେ ବିଶ୍ବାସ କରନ୍ତି ନାହିଁ, କାମରେ କରି ଦେଖାନ୍ତି | ଏଥିସହିତ ଯୋଡି ଶଙ୍ଖ ଗୋଟିଏ ବିଧାୟକ ଓ ସାଂସଦରେ ଭୋଟ ଦେବା ପାଇଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ | ଏହି ଭବ୍ୟ ସଭାରେ ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ବିରାଟ ସମାବେଶରେ ବିଜେଡିର ବହୁ ନେତୃମଣ୍ଡଳୀୟ କର୍ମକର୍ତ୍ତା, ଦଳୀୟ କର୍ମୀ ତଥା ବିଭିନ୍ନ ବ୍ଲକରୁ ନବୀନଙ୍କ ପ୍ରେମୀ ଭାଇଭଉଣୀ, ମାମାଉସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |