Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବୈଶାଖମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ:ଲୋକ ନୃତ୍ୟ ଓ ଗୀତରେ ଦୁଲୁକିଲା ସାଂସ୍କୃତିକ ମଣ୍ଡପ ।

ବୈଶାଖମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ:ଲୋକ ନୃତ୍ୟ ଓ ଗୀତରେ ଦୁଲୁକିଲା ସାଂସ୍କୃତିକ ମଣ୍ଡପ ।

ପାଇକମାଲ-ଭଗବାନ ବିଷ୍ଣୁ ପୃଥିବୀକୁ ରକ୍ଷା କରିବା ପାଇଁ ଗନ୍ଧଗିରିରେ ଆତ୍ମଗୋପନ କରିଥିବା ମୂଷିକଦତ୍ୟକୁ ମାର୍ଜାର ବେଶରେ ନୃସିଂହନାଥ ପୀଠରେ ଜଗି ବସିଛନ୍ତି । ସେହିପରି ହୃଦୟ ମଧ୍ୟରେ ଥିବା ଅନ୍ୟାୟ, ଦୁର୍ନୀତି ରୂପକ ରାକ୍ଷସ ଶକ୍ତିର ବିନାଶ ନିମନ୍ତେ ସଚେତନ ହେଲେ ଯାଇ ସମାଜ ସୁଧୁରିବ ବୋଲି ଶ୍ରୀ ଶ୍ରୀ ନୃସିଂହନାଥ ବୈଶାଖ ମେଳା ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମତପ୍ରକାଶ ପାଇଛି । ସାଂସ୍କୃତିକ ସଂଯୋଜକ ସୁଶାନ୍ତ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ମନ୍ଦିର ଟ୍ରଷ୍ଟି ତଥା ପାଇକମାଳ ବିଡିଓ ପ୍ରଫୁଲ କୁମାର ଓଦୁ, ସମ୍ମାନିତ ଅତିଥି ଭାବେ ବୈଶାଖ ମେଳାରେ ପ୍ରସାର ପ୍ରଚାରରେ ପୂର୍ଣ୍ଣ ସହଯୋଗ କରିଥିବା ବଡ ସତପଥୀ, ରମେଶ ବାରିକ, ଧିରେନ ମହାନ୍ତି, ସୁରଥ ସାହୁ, ସୋମେଶ ମହାନ୍ତି,ଗୋପବନ୍ଧୁ ଶିକା, ମାନସ ନାୟକ, ପ୍ରମୁଖ ଯୋଗଦାନ କରିଥିଲେ ।

ଏହି ଅବସରରେ ପଦ୍ମପୁର ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ନିରୋଜ ଦୋରା, ପାଇକମାଳ ର ବରିଷ୍ଠ ନାଗରିକ କମିଟି ସଭାପତି ନନ୍ଦଳାଲ ତ୍ରୀବେଦୀ, ବିରେନ ପ୍ରଧାନ, ମନ୍ଦିର ସେବାୟତ ସୁବୋଧ ପଣ୍ଡା, ନରସିଂହ ହୋତା, ଶଙ୍ଖ ବାଗ, ଶ୍ରୀରାମ ପୁରୋହିତ, ବିଷ୍ଣୁଚରଣ ପଶାୟତ, ମନ୍ଦିର ସ୍ୱେଚ୍ଛାସେବୀ ଗିରିଶ ନାୟକ, ମାତୃପ୍ରସାଦ ରଥ, ସୁଶାନ୍ତ ମିଶ୍ର, ସଞ୍ଜୀବ ମାଝୀ, ଚିତ୍ତରଞ୍ଜନ ସରାଫ, ଦେବେନ୍ଦ୍ର ସାହୁ, ଦୂର୍ଯୋଧନ ତ୍ରିପାଠୀ, ପ୍ରଶାନ୍ତ ମିଶ୍ର, ଜୟଦେବ ମଟାରୀ, ସତ୍ୟବ୍ରତ ମାଝୀ ପ୍ରମୁଖଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହାପରେ କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିନ୍ଧ୍ୟାବାସିନୀ ମଣ୍ଡପରେ ଛୁମୁକୁଛୁମା କଳା ପରିଷଦ ଭେଡେନ ପଞ୍ଚରଶି ନୃତ୍ୟ, ଭାରତୀ କଳା ପରିଷଦ ବରପାଲିର ଘୁଡୁକା ନୃତ୍ୟ, ସୁର ସଙ୍ଗମ ବାରିକେଲ ର ସମ୍ବଲପୁରୀ ଲୋକ ନୃତ୍ୟ, ଟି.ଗଣ୍ଡପାଲି କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିନେଇଥିଲା ।

ସେହିପରି ହନୁମାନ ବାଟିକା ନିକଟସ୍ଥ ମାର୍ଜାର କେଶରୀ ମଣ୍ଡପରେ ବାରପାହାଡ ସାଂସ୍କୃତିକ କଲା ପରିଷଦ ଅମ୍ବାଭନାର କଳାକାର ମାନଙ୍କ ଦ୍ବାରା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ତଥା ନୃତ୍ୟ ଗୀତ ପରିବେଷିତ ହୋଇଥିଲା । ଏହା ବ୍ୟତୀତ ମନ୍ଦିର ପରିସର ତଥା ବିଭିନ୍ନ ସ୍ଥାନରେ ବିଭିନ୍ନ ଅଂଚଳରୁ କଳାକାର ମାନେ ଆସି ସେମାନଙ୍କ କଲା ପରିବେଷଣ କରୁଥିବାର ଦେଖିବାକୁ ମିଳିଥିଲା । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାଂସ୍କୃତିକ କମିଟିର ସଦସ୍ୟ ମାନେ ପରିଚାଳନା କରିଥିଲେ ।

error: Content is protected !!