ବରପାଲି-ବରପାଲି ବ୍ଲକ କୁଶନପୁରୀ କନବାର ରାସ୍ତାରେ ଜଣେ ବୟଷ୍କ ବ୍ଯବସାୟୀଙ୍କୁ ମାଡପିଟ ସହ ଲୁଟପାଟ ହୋଇଥିବା ପୋଲିସରେ ଅଭିଯୋଗ ପହଞ୍ଚିଛି। ଗତ ମଙ୍ଗଳବାର କୁଶନପୁରୀ ଗ୍ରାମର ସାଧୁ ମେହେର ନିଜ ସାଇକେଲରେ ଲୁଗା କପଡା ଗଁଠଳି ବିକ୍ରି କରିବା ଉଦେଶ୍ଯ ନେଇ କନବାର ଗାଁରେ ପହଞ୍ଚି ଦ୍ବାରଦ୍ବାର ବୁଲି ବିକାବିକି କରିଥିଲେ। ପରେ ଅପରାହ୍ନରେ ନିଜ ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ସାହୁଟିକିରା ଛକ ନିକଟରେ ସାଧୁଙ୍କୁ ଅଟକାଇ ମାଡପିଟ ଆରମ୍ଭ କରି ସାଇକେଲ ସହ ଲୁଗାଗଁଠଳି ଓ ଦୁଇ ହଜାର ନଗଦ ଟଙ୍କା ଲୁଟି ନେଇଥିଲେ।
ଦୁର୍ବୁତ୍ତ ମାନଙ୍କ ମାଡପିଟରେ ସାଧୁଙ୍କ ମୁଣ୍ତ ହାତ ଗୋଡରେ ଆଘାତ ଲାଗିଥିଲା। ଲୋଟେରା ମାନେ ଘଟଣାସ୍ଥଳରୁ ଫେରାର ହେଲା ପରେ ସାଧୁ ବହୁ କଷ୍ଟରେ ଚାଲିଚାଲି କୁଶନପୁରୀ ଗାଁରେ ପହଞ୍ଚିଥିଲା। ପରିବାର ଲୋକଙ୍କ ସହ ବରପାଲି ଥାନାରେ ପହଞ୍ଚି ଏକ ଅଭିଯୋଗ ଆଣିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକିୟା ଆରମ୍ଭ କରିଥିଲା।