ପଦ୍ମପୁର- ପଦ୍ମପୁର ବିଧାନସଭା ପାଇଁ ଆଗାମୀ ୨୦ ତାରିଖ ଦିନ ମତଦାନ ହେବ । ଶାନ୍ତଶୃଙ୍ଖଳା ଭାବରେ ମତଦାନ ପାଇଁ ପଦ୍ମପୁର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଡେନ ଥାନା ସର୍ଗିପାଲି ଠାରେ ରନ୍ଧା ମହୁଲି ମଦ ବିକ୍ରି କରୁଥିବା ଖବର ପାଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ଇନ୍ସପେକ୍ଟର ସମରଜିତ ଦାସଙ୍କ ନେତୃତ୍ବରେ ଚଢ଼ାଉ କରି ସର୍ଗିପାଲି ଗାଁର ତେଜାବ ଭୋଇ ଓ ଶଶିକାନ୍ତ ବହେରାଙ୍କ ଠାରୁ ୧୦୦ ଲିଟର ରନ୍ଧା ମଦ ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏହି ଚଢାଉରେ ଏଏସଆଇ ଦେବେନ୍ଦ୍ର ବରିହା,ଆକାଶ ବାରିକ, ଧର୍ମେନ୍ଦ୍ର ବେହେରା,ରମାକାନ୍ତ ପ୍ରଧାନ,ନମୋବତୀ ମଲ୍ଲିକଙ୍କ ସମେତ ଅନ୍ଯାନ୍ଯ କର୍ମଚାରୀ ସାମିଲ ଥିଲେ ।