Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିପ୍ରଧାନ କ୍ରାଫ୍ଟୋ ଗ୍ରୀଷ୍ମ କାଳୀନ ଶିବିରରେ ଚିତ୍ର ଓ ପେଣ୍ଟିଙ୍ଗ ଶିକ୍ଷା ।

ପ୍ରଧାନ କ୍ରାଫ୍ଟୋ ଗ୍ରୀଷ୍ମ କାଳୀନ ଶିବିରରେ ଚିତ୍ର ଓ ପେଣ୍ଟିଙ୍ଗ ଶିକ୍ଷା ।

ବରପାଲି-ବରପାଲି ପ୍ରଧାନ କ୍ରାଫ୍ଟୋ ପାର୍କ ପରିସରରେ ଆୟୋଜିତ ଗ୍ରୀଷ୍ମ କାଳୀନ ଶିବିରରେ ଚିତ୍ରକଳା ଓ ପେଣ୍ଟିଙ୍ଗ ସହ ବିଭିନ୍ନ ଶିକ୍ଷାମୂଳକ ଜ୍ଞାନ ମାନ ବିତରଣ କରାଯାଉଛି। ଅନୁଷ୍ଠାନ ପରିଚାଲିକା ସୁଶ୍ରୀ ବନ୍ଦିତା ପ୍ରଧାନଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ମାନ ପରିଚାଳିତ ହେଉଛି। ଶିବିରରେ ୨୫ରୁ ଉର୍ଦ୍ଧ୍ଵ ଶିଶୁ ଶିକ୍ଷାର୍ଥି ସାମିଲ ହୋଇ ଜ୍ଞାନ ଆହରଣ କରୁଛନ୍ତି। ଅନୁଷ୍ଠାନ ପରିସରରେ ଆୟୋଜକ ଓ ପ୍ରଶିକ୍ଷିକା ମାନେ ଶିକ୍ଷାର୍ଥି ମାନଙ୍କୁ ମାନଶିକ ଓ ଶାରିରିକ ସ୍ତରରେ ଦୃଢତା ଆଣିବାକୁ ପ୍ରଚେଷ୍ଠା ଜାରି ଳଖିଛନ୍ତି। ଚଳିତ ବର୍ଷ ପନ୍ଦର ଦିନିଆ ଭାବରେ ଶିବିର କାର୍ଯ୍ଯକ୍ରମ ଆଗେଇଚାଲିଛି। ଆୟୋଜିତ ଶିବିରରେ ନାଚ, ସଂଗିତ,ଯୋଗ, ରଙ୍ଗୋଲି,ଡ୍ରଇଂ, ପେଣ୍ଟିଙ୍ଗ ବିଷୟ ଉପରେ ତାଲିମ୍ ସହିତ ସଂଷ୍କାର ମୂଳକ ଆଚାରବିଚାର ଉପରେ ଜ୍ଞାନ ବିତରଣ ପାଇଁ ବ୍ଯବସ୍ଥା ମାନ କରାଯାଇଛି। ଛାତ୍ରଛାତ୍ରୀ ମାନେ ବେଶ ଉତ୍ସାହ ପୁର୍ବକ ଭାବରେ ତାଲିମ ନେଉଛନ୍ତି।

error: Content is protected !!