Saturday, November 23, 2024
spot_imgspot_imgspot_img
Homeରାଜନୀତିନିର୍ବାଚନ ପ୍ରଚାରର ନିଆରା ପ୍ରୟାସ , ଚା ଖଟି ମାଧ୍ୟମରେ ନିର୍ବାଚନ ପ୍ରଚାର କରୁଛି ପଦ୍ମପୁର...

ନିର୍ବାଚନ ପ୍ରଚାରର ନିଆରା ପ୍ରୟାସ , ଚା ଖଟି ମାଧ୍ୟମରେ ନିର୍ବାଚନ ପ୍ରଚାର କରୁଛି ପଦ୍ମପୁର କଂଗ୍ରସ ।

ପଦ୍ମପୁର- ନିର୍ବାଚନରେ ନିଜ ପ୍ରତି ଲୋକମତ ଅଧିକରୁ ଅଧିକ ସଂଗ୍ରହ କରିବା ପାଇଁ ବିଭି୍‌ନ୍ନ ଦଳ ମାନେ ବିଭିନ୍ନ କୌଶଳ ମାଧ୍ୟମରେ ନିଜର ପ୍ରଚାର ପ୍ରସାର ଜାରି ରଖିଛନ୍ତି । ସଭା ସମିତି , କର୍ମୀ ସମ୍ମିଳନୀ , ରୋଡ ସୋ ହେଉ ଅବା ନାଚ ଗୀତ ମାଧ୍ୟରେ ଲୋକଙ୍କୁ ନିଜ ଦଳର ନିର୍ବାଚନ ଇସ୍ତହାର ବିଷୟରେ ବୁଝାଇବା ସହ ନିଜ ଦଳର ପ୍ରାର୍ଥୀ ପାଇଁ ଭୋଟ ମାଗୁଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ସିମାନ୍ତ ବ୍ଲକ ଝାରବନ୍ଧର ମୁଖ୍ୟ ଛକ ଠାରେ କଂଗ୍ରେସ ପକ୍ଷରୁ ଚା ଖଟିର ଆୟୋଜନ କରାଯାଇ ଲୋକଙ୍କୁ ବୁଝାଯାଉଛି । କଂଗ୍ରେସ ଦଳ ପକ୍ଷରୁ ଦିଆ ଯାଇଥିବା ପାଂଚ ଗିଟି ଗ୍ୟାରେଣ୍ଟି ଯାହା କି ଗୃହ ଜ୍ୟୋତି ଯୋଜନାରେ କିଭଲି ଲୋକ ବିନା ମୂଲ୍ୟରେ ବିଜୁଲି ପାଇ ପାରିବେ । ଯୁବ ବିକାଶ ଯୋଜନାରେ କିଭଲି ଯୁବକ ମାନେ ରୋଜଗାର ପାଇ ପାରିବେ ଓ ତାଙ୍କର ଉନ୍ନତି ହେବ ।

କୃଷକ ବନ୍ଧୁ ଯୋଜନରେ କିଭଲି କୃଷକ ମାନେ ଲାଭବାନ ହୋଇ ପାରିବେ । ଗୃହ ଲକ୍ଷ୍ମୀ ଯୋଜନରେ କିଭଲି ମହିଳା ମାନେ ବ୍ୟାଙ୍କ ଠାରୁ ଋଣ ମୁକ୍ତ ହେବା ସହ ଅନ୍ୟାନ୍ୟ ଲାଭ ପାଇପାରିବେ ଏବଂ ଜନକଲ୍ୟାଣ ଯୋଜନା ମାଧ୍ୟମରେ କିଭଲି ଭାବରେ ଜନସାଧାରଣ ଉପକୃତ ହୋଇପାରିବେ ସେ ବିଷୟରେ ଏହି ଚା ଖଟିରେ ଆଲୋଚନା କରାଯାଉଛି ଏବଂ କଂଗ୍ରେସ ପ୍ରାର୍ଥୀ ଟଙ୍କଧର ସାହୁଙ୍କୁ ଭୋଟ ଦେବା ପାଇଁ ମଧ୍ୟ ନିବେଦନ କରାଯାଉଛି । ତେବେ ଲୋକମାନେ ଚା ପିଇ ବେଶ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଲୁଛି । ଏହି କାର୍ଯ୍ୟକ୍ରମକୁ ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି ମୁଜଫର ହୁସେନ ଓ ବରିଷ୍ଠ ନେତା ଜଗଦୀଶ ସାହୁ ଶୁଭାରମ୍ଭ କରିଥିବା ବେଳେ ଉବଦ୍ଭ ପ୍ରଧାନ, ଅଜିତ ପୋଢ,ବସନ୍ତ ନନ୍ଦ,ମାନସ ପ୍ରଧାନ,ବଳି ପ୍ରଧାନ,ପହନ ପ୍ରଧାନ, ପିଣ୍ଟୁ ପ୍ରଧାନ, ଘନଶ୍ୟାମ ବନଛୋର , ପ୍ରଦୀପ ପ୍ରଧାନ ଓ ପ୍ରଶାନ୍ତ ସାହୁ ପ୍ରମୁଖ ସହେଯାଗ କରିଥିଲେ ।

error: Content is protected !!