Saturday, March 7, 2026
Homeରାଜନୀତିଭାଜପା ଅଣଦେଖା କରିବାରୁ ଦଳ ଛାଡିଲି : ବିଜୁ ଜନତା ଦଳ ଯାହା ଆଦେଶ ଦେବ...

ଭାଜପା ଅଣଦେଖା କରିବାରୁ ଦଳ ଛାଡିଲି : ବିଜୁ ଜନତା ଦଳ ଯାହା ଆଦେଶ ଦେବ ଶୃଙ୍ଖଳିତ ଭାବରେ କାର୍ଯ୍ଯ କରିବି-ଡାକ୍ତର ଶର୍ମା ।

ପଦ୍ମପୁର -ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦମାନେ ମୋତେ ଟିକେଟ ପ୍ରତିଶୃତି ଦେଇ ଶେଷକୁ ନିରାଶ କଲେ ସେଥିପାଇଁ ମୋର କର୍ମୀ ମାନଙ୍କ ପରାମର୍ଶ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ୧୨ତାରିଖ ବରଗଡ଼ ରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଭିକେପାଣ୍ଡିଆନ ଙ୍କ ଉପସ୍ଥିତ ରେ ବିଧିବଦ୍ଧ ଭାବେ ବିଜୁଜନତା ଦଳରେ ଯୋଗଦେଲି ବୋଳି ଆଜି ପଦ୍ମପୁର ଅନ୍ତର୍ଗତ କନସିଂଙ୍ଘା ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବରିଷ୍ଠ ନେତା ଡାକ୍ତର ଶୁସିଲ ଶର୍ମା କହିଛନ୍ତି ।ଇତି ମଧ୍ୟରେ ଦଳ ତରଫରୁ ତାଙ୍କୁ ବିଜେପୁର ନିର୍ବାଚନ ମଣ୍ଡଳୀ ର ଦାଇତ୍ଵ ଦେଇଥିବା ଡାକ୍ତର ଶର୍ମା କହିବା ସହିତ ୨/୩ଭିତରେ ଏକ ବିରାଟ ମିଶ୍ରଣ ପର୍ବ ହୋଇ ତାଙ୍କର କର୍ମୀ ଓ ସହଯୋଗୀ ମାନେ ଆନୁଷ୍ଠାନିକ ଭାବେ ବିଜେଡ଼ି ରେ ଯୋଗଦେବେ ବୋଲି କହିଥିଲେ ।ଏହା ସହିତ ଡାକ୍ତର ଶର୍ମା ଚଳିତ ନିର୍ବାଚନ ରେ ବିଜେପୁର ନିର୍ବାଚନ ମଣ୍ଡଳୀ ରୁ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିପୁଳ ଭୋଟ ବ୍ୟବଧାନ ରେ ନିର୍ବାଚିତ ହେବେ ବୋଲି ଦୃଡୋକ୍ତି ପ୍ରକାଶ କରିଥିଲେ ।

error: Content is protected !!