Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଓଡ଼ିଶା ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସରକାରୀ ଯୋଜନାରେ ଲାଭବାନ ହେଉଛନ୍ତି ଚାଷୀ ।

ଓଡ଼ିଶା ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସରକାରୀ ଯୋଜନାରେ ଲାଭବାନ ହେଉଛନ୍ତି ଚାଷୀ ।

ବହୁ ମୁଖି ଚାଷର ପ୍ରତିଭା ଦେବାନନ୍ଦ ଶବର : ଧାନ, ବତକ, କୁକୁଡ଼ା,ମାଛ ଚାଷ କରି ହେଉଛନ୍ତି ବେଶ ଲାଭବାନ।

ଝାରବନ୍ଧ-ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଛତିଶଗଡ଼ ସୀମାନ୍ତ ଡ଼ଭା ଜାମପାଲି ରାସ୍ତାରେ ଦେବାନନ୍ଦ ଶବରଙ୍କ ଫାର୍ମ। ଉଚ୍ଚ ଶିକ୍ଷ୍ୟା ଲାଭ କରି ନିଜକୁ ସ୍ୱାଧୀନ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଓ ସ୍ୱାଭିମାନ ସହ ବଞ୍ଚିବାକୁ ସେ ମନରେ ଚିନ୍ତା କରିଛନ୍ତି। ଫାର୍ମ ନିକଟରେ ଥିବା ନାଳରୁ ପାଣି ବୋହି କୁକୁଡ଼ା ଫାର୍ମ ଓ ଗଛ ଚାରା ବିକ୍ରୟ ଆରମ୍ଭ କରିଥିଲେ। ସେଠାରେ ବିଜୁଳି ର ସୁବିଧା ନ ଥିବାରୁ ବହୁତ କଷ୍ଟ କରିବାକୁ ପଡୁଥିଲା. ପରେ ସୋଲାର ସିଷ୍ଟମ କରି ନିଜର ଭିଳାଷ ପୂରଣ ପାଇଁ ମନୋନିବେଶ କଲେ। ନିକଟରେ ଦୁଇ ତିନି ଗୋଟି ଗାଡ଼ିଆ କରି ମାଛ ଯାଆଲା ବ୍ୟବସାୟ ଆରମ୍ଭ କଲେ।

ସୁବିଧାର ସୁଯୋଗ ନେଇ ଶହ ଶହ ସଂଖ୍ୟାରେ ବତକ ଚାଷ କରି ବେଶ ଲାଭାନ୍ୱିତ ହେଲେ।ବର୍ତ୍ତମାନ କେତେକ ଗାଈ ରଖିଛନ୍ତି। ମୁଖ୍ୟତଃ କୁକୁଡ଼ା, ବତକ, ମାଛ, ଗଛ ଚାରାକୁ ପ୍ରାଧାନ୍ୟ ଦେଇ ଛନ୍ତି। ଆଗାମୀ ଦିନରେ ନିଜ ଗାଡିଆରେ ମାଛ ଯାଆଲା ଉତ୍ପାଦନ କରିବେ। ସମସ୍ତ ଚାଷୀ ଓ ଗ୍ରାମ ପଞ୍ଚାୟତ ସହ ସମନ୍ଵୟ ରଖି ମାଛ ଯାଆଲା ଯୋଗାଇବା ଲକ୍ଷ୍ୟ ରଖିଛନ୍ତି। ମାଛ ଓ ବତକ ଚାଷ କରି ଗତ ବର୍ଷ ଦୁଇ ଲକ୍ଷରୁ ଅଧିକ ଲାଭ ପାଇଥିବା ଶ୍ରୀ ଶବର କୁହନ୍ତି। ଛତିଶଗଡ଼ ସୀମା ଓ ଉପାନ୍ତ ଅଞ୍ଚଳରେ ଏହି ବହୁ ମୁଖି ଫାର୍ମ ଚାଷୀମାନଙ୍କ ପାଇଁ ଆଲୋକବର୍ତ୍ତିକା ହୋଇଛି।

error: Content is protected !!