Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପିକେଏଆଇଇଟି ମହାବିଦ୍ୟାଳୟରେ ଉଦ୍ୟମିତା ସମ୍ପର୍କିତ ଆଲୋଚନା ପାଠଚକ୍ର ।

ପିକେଏଆଇଇଟି ମହାବିଦ୍ୟାଳୟରେ ଉଦ୍ୟମିତା ସମ୍ପର୍କିତ ଆଲୋଚନା ପାଠଚକ୍ର ।

ବରପାଲି – ବରଗଡ ପିକେଏଆଇଇଟି ମହାବିଦ୍ୟାଳୟ ପରିସରରେ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥାନ ଅହମଦାବାଦ, ଗୁଜରାଟ ଓ ମହାବିଦ୍ଯାଳୟ ମିଳିତ ଉଦ୍ଯମରେ ଉଦ୍ୟମିତା ସମ୍ପର୍କିତ ଏକ ଆଲୋଚନା ପାଠଚକ୍ର ଆୟୋଜିତ ହୋଇଯାଇଛି। ମହାବିଦ୍ଯାଳୟ ଅଧ୍ୟକ୍ଷ ଭାରତ ଭୂଷଣ ଶତପଥିଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଡ.ଲଲିତ ଅରୋରା ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥାନ ଅହମଦାବାଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଷ୍ଣୁପ୍ରସାଦ ପଣ୍ଡା, ପ୍ରାଧ୍ୟାପକ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥାନ, ଗୁଜୁରାଟ ଯୋଗ ଦେଇ ଉଦ୍ୟମିତା କିପରି ସଫଳତାର ମାପକାଠି ଏବଂ ତାହାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ମାନ ହୋଇଥିଲା। ସୁବାଶିଷ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!