ବରଗଡ଼-ପବିତ୍ର କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ସୋହେଲା ବ୍ଲକ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଘେଁସ ତରଫରୁ ପେଟୁପାଲି ଠାରେ ଅତି ଉତ୍ସାହ ସହିତ ପାଳନ କରାଯାଇଅଛି। ପ୍ରଥମେ ପେଟୁପାଳି ଗାଁର ଜମିଦାର ସୁରେନ୍ଦ୍ର ସିଂ ବରିହା ନୁଆଁ ବସ୍ତ୍ର ପରିଧାନ କରୀ ସଂଗଠନ ସଦସ୍ୟ ମାନେ ଏବଂ ଗ୍ରାମ ବାସୀ ଓ ମହିଳା ମାନେ ଅଖି ଧାନ କୁ ପୂଜା ଅର୍ଚନା କରୀ କୀର୍ତନ ଜରିଆରେ ଆଧ୍ୟାତ୍ମିକ ପାରିବେଶ ମଧ୍ୟରେ ଗାଁ ପରିକ୍ରମା କରିଥିଲେ।ପରେ ପୂର୍ବ ପ୍ରସ୍ତୁତ କ୍ଷତ ରେ ସମସ୍ତ ପହଞ୍ଚି ମାତିମାତା, ଇନ୍ଦ୍ର ଦେବ, ଅଗ୍ନି ଦେବ, ବରୁଣ ଦେବ ଙ୍କୁ ପୂଜା ଅର୍ଚନା କରୀ ଭଲ ଫସଲ ପାଇଁ କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର ଯୋଗଦେଇ ଏହି ମହାନ ପର୍ବ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ବାରମାସ ରେ ତେର ପର୍ବ ସବୁ କୃଷି ଭିତ୍ତିକ ଏବଂ କୃଷି ଅର୍ଥନୀତି ସହିତ ଜୁଡ଼ି ଥିଲା। ଆଧୁନିକ ସଭ୍ୟତା ବିକାଶ ନାଁ କୃଷି ପରମ୍ପରା, କୃଷି ଅର୍ଥନୀତି, କୃଷି ଭିତ୍ତିକ ଶିଳ୍ପ ସବୁ ସଙ୍କଟ ରେ ଏଣୁ ଆମର ଜୀବନ ଜୀବିକା ପାଇଁ ସଚେତ ହୋଇ କୃଷି ଅର୍ଥନୀତି ସହିତ ଏହି ପରମ୍ପରା କୁ ବଞ୍ଚାଇ ରଖିବାକୁ ପଡିବ। ଏହି କାର୍ଯ୍ୟକ୍ରମ ରେ ପ୍ରଭାତ ସାହୁ, ପ୍ରେମରାଜ ସାହୁ, ମିନି ବାରିକ, କୁଞ୍ଜ ପଧାନ, ଅରକ୍ଷିତ ପଧାନ, ଅମୃତ ପଧାନ, ରୁକ୍ମଣୀ ବରିହା, ପଙ୍କଜିନୀ ମଳିକ, ସମିତି ସଭ୍ୟ ନେଲେନ୍ଦ୍ରି ପଧାନ ଯୋଗଦେଇ ଥିବା ବେଳେ ଟେନୁ ପଟେଲ ହାଲିଆ ଗୀତ ଗାଈ କାର୍ଯ୍ୟକ୍ରମ ର ଶୋଭା ବର୍ଦ୍ଧନ କରିଥିଲେ।
ପଦ୍ମପୁର ଠାରେ ରାଜବୋଡାସମ୍ବର କୃଷକ ସଂଗଠନ ମଧ୍ୟ ଡ଼ଙ୍ଗାଘାଟ ଠାରେ ଗ୍ରାମ ବାସୀ ଙ୍କ ସହଯୋଗରେ ଚଳିତ ବର୍ଷ ମହାନ କୃଷି ଭିତ୍ତିକ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଗ୍ରାମ କାର୍ତିକ ରାଣ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ହୋଇ ଥିଲା ଏବଂ ସଂଗଠନ ର ଅଶୋକ ସାହୁ, ରୋହିତ ପଧାନ, ସୁବାସ ସାମନ୍ତରାୟ, ଲିଙ୍ଗରାଜ ପଧାନ, ଅଜୀତ ଶତପଥୀ ଯୋଗଦେଇ ପର୍ବ ର ମହନୀୟତା ସମ୍ପର୍କ ରେ ଆଲୋଚନା କରିଥିଲେ। ଆଲୋଚକ ସାହୁ କହିଥିଲେ ଯେ ଆମେ ରାସାୟନିକ ଖର୍ଚ୍ଚ ବହୁଳ ଚାଷ କରୀ ଉତ୍ପାଦନ ବଢ଼େଇ ପରିଛୁ ସତ ହେଲେ ଖାଦ୍ୟ ସବୁ ବିଷ ରେ ପରିଣତ ହୋଇ ଗଲାଣି। ମାଟିର ଉର୍ବରତା କମି ଯାଉଛି ଏବଂ ପ୍ରତେକ ବର୍ଷ ନୂତନ ରୋଗପୋକ ର ସାମ୍ନା କରୁଛୁ। ଏଣୁ ଆଜିର ଦିନରେ ଖାଦ୍ୟକୁ ବିଷ ମୁକ୍ତ କରିବା ପାଇଁ ସଂକଳ୍ପ ନେବା ସମୟ ଆସିଛି କହିଥିଲେ । ଠିକ ସେମିତି ଅଜିତ ଶତପଥୀ କୃଷି କ୍ଷେତ୍ର ରେ କମ୍ପାନୀ କରଣ ପ୍ରସଙ୍ଗ ଉପସ୍ଥାପନା କରିଥିଲେ। ପରେ ଲିଙ୍ଗରାଜ ସଂଗଠନ ର ଗୁରୁ ଦାୟିତ୍ୱ ବିଷୟରେ ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ନିରାକାର ସାହୁ, ମୀନକେତନ ବିଶ୍ୱାଳ, ବିଜୟ ସାହୁ ସହିତ ଗ୍ରାମ ବାସୀ ଗୌର ଚନ୍ଦ୍ର ସାହୁ, ଭଗରଥୀ ବାରିକ, ଭୋପାଲ ବାଘ ଯୋଗ ଦେଇଥିଲେ।
ପବିତ୍ର ପରବ ଅଖି ତୃତୀୟା ଅମ୍ବାଭୋନା ବ୍ଳକ ତିଲେଇମାଲ ଗ୍ରାମ ରେ ବାରପାହାଡ କୃଷକ ସଂଗଠନ ତଥା ବୀର ସୁରେନ୍ଦ୍ର ସାଏ FPO ଙ୍କ ଆନୂକୁଲ୍ୟ ରେ ମାଟି ମାଁ ଓ ଗୋ ମାତା ଙ୍କୁ ପୂଜା କରି ଭୂମି ସୁପୋଷଣ ଏବଂ ସଂରକ୍ଷଣ, ତଥା ଆଧୁନିକ ଚାଷ ରେ ଗୋ ମାତା ଙ୍କ ଭୂମିକା ଓ ମଣିଷ ସମାଜରେ ଜୈବିକ ଚାଷ ର ଆବଶ୍ୟକତା ଉପରେ ଆଲୋଚନା କରି ଅତ୍ୟନ୍ତ ନୀରାଡମ୍ବର ଭାବରେ ପାଳନ କରାଯାଇଛି । ଉକ୍ତ ସଭାରେ ତିଲେଇମାଲ ଗ୍ରାମ ର ଗ୍ରାମବାସୀ ତଥା କୃଷକ ସଂଗଠନ ଓ FPO ର ସଦସ୍ୟ ଅଭିମନ୍ୟୁ ପ୍ରଧାନ, ଜୟପ୍ରକାଶ ବେହେରା, ଛନ୍ଦାଚରଣ ଭୋଇ,ଶୁରେସ ଚନ୍ଦ୍ର ପଧାନ,ତରୁ ପଧାନ,ତୋସରାମ ପଧାନ, ମନୋରଞ୍ଜନ ବାରିକ,ଭିଷ୍ମଦେବ ଖମାରୀ,ଡୋଲାମଣୀ ଖମାରୀ, ଧନଞ୍ଜୟ ପାତ୍ର, ନାରାୟଣ ଭୋଇ,ମୋତୀଲାଲ ପ୍ରଧାନ,ହରୀନାରେନ ସାହୁ, ପଞ୍ଚାନନ ପଧାନ,ସନାତନ ନାଏକ, ମଙ୍ଗଳୁ ସାହୁ,ଈଶାନ ଚନ୍ଦ୍ର ଭୋଇ ଉପସ୍ଥିତ ଥିଲେ।