Saturday, March 7, 2026
Homeରାଜନୀତିଭେଙ୍ଗରାଜପୁର ଗ୍ରାମପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ : ଯୋଡି ଶଙ୍ଖ ପାଇଁ କର୍ମୀ ନେଲେ ସଙ୍କଳ୍ପ...

ଭେଙ୍ଗରାଜପୁର ଗ୍ରାମପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ : ଯୋଡି ଶଙ୍ଖ ପାଇଁ କର୍ମୀ ନେଲେ ସଙ୍କଳ୍ପ ।

ପଦ୍ମପୁର – ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତରେ ବିଜେଡ଼ି ଯୁବ ନେତା ଭୋଜରାଜ ସିଂ ବରିହା ଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାରେ ଆଗାମୀ ସାଧାରଣ ନିର୍ବାଚନରେ ପଦ୍ମପୁର ବିଧାନସଭା ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ବରଗଡ ଲୋକସଭା ସାଂସଦ ପ୍ରାର୍ଥୀନୀ ପରିଣୀତା ମିଶ୍ର କିପିରି ପୂର୍ବ ଅପେକ୍ଷା ଅଧିକ ଭୋଟରେ ବିଜୟୀ ହେବେ, ତା ଉପରେ ଆଲୋଚନା ହୋଇଥିଲା ଏବଂ ସମସ୍ତେ ୱାର୍ଡ଼ ଠାରୁ ଆରମ୍ଭ କରି ଗ୍ରାମ ସହର ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ବିକାଶର ବାର୍ତ୍ତା ଦେଇ ନିଜ ଦଳ ସପକ୍ଷରେ ଭୋଟ ଆଣିବା ପାଇଁ ବହୁ ବରିଷ୍ଠ କର୍ମୀ ମତ ସହ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

ଉକ୍ତ ସମ୍ମିଳନୀରେ ପୂର୍ବତନ ସରପଞ୍ଚ ଧବଳେଶ୍ଵର ସାହୁ, ରାଜେଶ୍ଵର ମାଝୀ, ପଞ୍ଚାୟତ ସଭାପତି ଭୀଷ୍ମଦେବ ସାହୁ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅର୍ଜୁନ ବରିହା, ହୁତାସନ ପାଣ୍ଡେ, ଫଗୁଲାଲ ସାହୁ, ଲିଙ୍ଗରାଜ ସାହୁ, ଲକ୍ଷ୍ମୀକାନ୍ତ ପଧାନ, ଅମର ବରିହା, ୱାର୍ଡ ମେମ୍ବର ଯୁଧିଷ୍ଠିର ସୁନା, ଜଗନ୍ନାଥ ବାରିକ, ଡିଲେଶ୍ଵର ବରିହା, ମନୋରଞ୍ଜନ ଡନସନା ଙ୍କ ସମେତ ପଞ୍ଚାୟତ ର ଦଶ ଗୋଟି ଗ୍ରାମର ସମେତ ସକ୍ରିୟ କର୍ମୀ ଯୋଗ ଦେବା ସହ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଇଥିଲେ।

error: Content is protected !!