ବରଗଡ଼-ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସାଧାରଣ, ପୋଲିସ୍ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦ୍ୱାରା ଚଳିତ ଏକକାଳୀନ ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲାର ସମସ୍ତ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରିଛନ୍ତି I ଆଦର୍ଶ ଆଚରଣ ବିଧିର ଅନୁପାଳନ କରିବା ସହିତ ନିର୍ବାଚନ ଖର୍ଚ୍ଚର ସଠିକ ଭାବେ ଡକ୍ୟୁମେଣ୍ଟେସନ୍ କରିବା, ସାଧାରଣ ସଭା,ରାଲି ଆୟୋଜନ ପୂର୍ବରୁ ପ୍ରଶାସନିକ ଅନୁମତି ନେବା , ଗଣମାଧ୍ୟମ ସାହାଯ୍ୟରେ ନିଜ ପ୍ରଚାର ପ୍ରସାର କରିବା ପୂର୍ବରୁ ଏମସିଏମସି ରେ ଆବେଦନ କରିବା ଏବଂ ହୋର୍ଡ଼ିଂଙ୍ଗ, ପାମ୍ପ୍ଲେଟ ଆଦି ମୁଦ୍ରଣ ସମୟରେ ଅବଲମ୍ବନ କରିବାକୁ ଥିବା ସତର୍କତା ବିଷୟରେ ତାଲିମ ପ୍ରଦାନ କରିଥିଲେ I
ଏତଦବ୍ୟତୀତ ଉପସ୍ଥିତ ପ୍ରାର୍ଥୀଙ୍କ ଅଭିଯୋଗ ଗୁଡିକୁ ଶୁଣିବା ସହିତ ନିର୍ବାଚନ ସମ୍ବନ୍ଧୀୟ କୌଣସି ଅଭିଯୋଗ ଥିଲେ ସମସ୍ତ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଜାରି କରାଯାଇଥିବା ମୋବାଇଲ ନମ୍ବର କିମ୍ବା ସେମାନଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି କିମ୍ୱା ସି-ଭିଜିଲ ଆପରେ ଅଭିଯୋଗ ଦାଖଲ କରିବାକୁ ସୂଚନା ଦଇଥିଲେ ଏବଂ ବରଗଡ଼ ଜିଲ୍ଲାର ଚଳିତ ଏକକାଳୀନ ସାଧାରଣ ନିର୍ବାଚନକୁ ତ୍ରୁଟିଶୂନ୍ୟ, ମୁକ୍ତ ଏବଂ ନିରପେକ୍ଷ ଭାବେ କରିବାକୁ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ I
ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ସାଧାରଣ ପର୍ଯ୍ୟବେକ୍ଷକ ଗିରିୱାର ଦୟାଲ ସିଂ, ଜେ. ମଞ୍ଜୁନାଥ , ପୋଲିସ ପର୍ଯ୍ୟବେକ୍ଷ ମୋଦକ ରାଜେଶ ଡ଼ି.ରାଓଙ୍କ ସମେତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶଶିକାନ୍ତ ସିଂ, ଗୌତମ ମହାକୁଳ, କ୍ରିଷ୍ଣା ମୂର୍ତ୍ତି, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ଉପସ୍ଥିତ ଥିଲେ I