Saturday, March 7, 2026
Homeରାଜନୀତିମିଠାପାଲିରେ ଚବିଶ ପ୍ରହରୀ ନାମଯଜ୍ଞ : ଯୋଗଦେଇ ଶୁଭ ମନାଶିଲେ ଯୁବନେତା ଭୋଜରାଜ ସିଂ ବରିହା...

ମିଠାପାଲିରେ ଚବିଶ ପ୍ରହରୀ ନାମଯଜ୍ଞ : ଯୋଗଦେଇ ଶୁଭ ମନାଶିଲେ ଯୁବନେତା ଭୋଜରାଜ ସିଂ ବରିହା l

ପଦ୍ମପୁର – ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ଠାରେ ଚବିଶ ପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ମଙ୍ଗଳବାର ପୂର୍ଣ୍ଣାହୁତି ଦିନରେ ବିଜେଡି ଦଳର ଦକ୍ଷ ଯୁବ ସଂଗଠକ ତଥା ଯୁବନେତା ଭୋଜରାଜ ସିଂ ବରିହା ଯୋଗ ଦେଇ ପ୍ରଭୁଙ୍କ ଦର୍ଶନ କରିବା ସହ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥିଲେ।ତାଙ୍କ ସହ ବ୍ଲକ ଯୁବ ସଭାପତି ଗୌତମ ସିଂ ଉପସ୍ଥିତ ଥିଲେ।ବିଭିନ୍ନ ଗ୍ରାମାଞ୍ଚଳ ଓ ସହରରୁ ଆସୁଥିବା ଭଗବତ ପ୍ରେମୀ ମାନଙ୍କ ପାଇଁ ଆୟୋଜକ ମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି।

error: Content is protected !!