Sunday, November 24, 2024
spot_imgspot_imgspot_img
Homeରାଜନୀତିଛୋଟ ରୁ ବଡ ସମସ୍ତଙ୍କ ପ୍ରିୟ ବର୍ଷା ସିଂ ବରିହା ।

ଛୋଟ ରୁ ବଡ ସମସ୍ତଙ୍କ ପ୍ରିୟ ବର୍ଷା ସିଂ ବରିହା ।

ପଦ୍ମପୁର- ପଦ୍ମପୁର ଅଂଚଳରେ ଦିନବେଳା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ରହିଛି , ହେଲେ ରାଜନୈତିକ ତାତି ଗ୍ରୀଷ୍ମ ତାତି ଠାରୁ ମଧ୍ୟ ବଳି ପଡୁଛି । ଦିନ ରାତି ଏକ କରିଦେଇ ମାରାଥନ ପ୍ରଚାରରେ ଲାଗି ପଡିଛନ୍ତି ପଦ୍ମପୁର ବିଧାୟିକା ପ୍ରାର୍ଥୀ ବର୍ଷା ସିଂ ବରିହା । ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନସିଂହା , ବରିହାପାଲି ଓ ସର୍ଗିବାହାଲ ଗ୍ରାମ ପଂଚାୟର ବିଭିନ୍ନ ଗାଁ କୁ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଗତ ଦିନରେ ହୋଇଥିବା ଉନ୍ନୟନ ମୂଳକ କାମ ଯଥା ୫ଟି ଯୋଜନାରେ ହୋଇଥିବା ସ୍କୁଲ ଓ କଲେଜର ଉନ୍ନତିକରଣ , ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ସଶକ୍ତି କରଣ ତଥା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରଛନ୍ତି ବର୍ଷା ସିଂ ବରିହା ।

ନାରୀଙ୍କୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀ ମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନେ ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇ ପରିଛନ୍ତି । ଆଜି ଓଡିଶାର ନାରୀ ମାନେ ବିଦେଶରେ ରାଜ୍ୟକୁ ଗୌରବାନ୍ୱିତ କରିପାରିଛନ୍ତି । ସହରାଞ୍ଚଳରେ ମହିଳା ମାନେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର(ମୁକ୍ତା) ଯୋଜନା ମାଧ୍ୟମରେ ରୋଜଗାର କ୍ଷମ ହୋଇ ପାରୁଛନ୍ତ ଏବଂ ନିଜ ପରିବାରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିପାରୁଛନ୍ତି । ଓଡିଶାରେ ମହିଳା ମାନଙ୍କ ପାଇଁ ସରକାର ବିନା ସୁଧରେ ଋଣ ବ୍ୟବସ୍ଥା କରିଛନ୍ତି ଯାହା ଦ୍ୱାରା ସେମାନେ ନିଜ ବ୍ୟବସାୟ ବୃଦ୍ଧି କରି ନିଜେ ରୋଜଗାର କ୍ଷମ ହେବା ସହ ଅନ୍ୟକୁ ରୋଜଗାର ଦେଇ ପାରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜନିତି କ୍ଷେତ୍ରରେ ମଧ୍ୟ ମହିଳା ମାନଙ୍କୁ ତିରିଶ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ତେଣୁ ସଶକ୍ତ ମାଁ ସଶକ୍ତ ସମାଜ ଗଠନ ପାଇଁ ଜଣେ ମହିଳା ହିସାବରେ ତାଙ୍କୁ ପଦ୍ମପୁରର ନେତୃତ୍ୱ ଦେବା ପାଇଁ ମାଁ ମାନଙ୍କୁ ଅନୁରୋଧ କରିଥିଲେ ।

error: Content is protected !!