ବରଗଡ଼-ବରଗଡ ଜିଲ୍ଲା ଭେଡେନ ତହସିଲ ଅଧିନ ୫୪ ନମ୍ବର ରାଜ୍ଯ ରାଜପଥ ଗର୍ଭନା ଛକରେ ଚାଷୀଙ୍କ କ୍ଷେତକୁ ପାଣି ଆସୁନଥିବାରୁ ଚାଷୀ ମାନେ ରାସ୍ତାରୋକ କରିଥିଲେ। ଋଷୁଡା, ପପଂଗା, ସିଆଲଖଣ୍ଡତା ଓ ଭାଂଗକୁଦ ମାଇନର କେନାଲରେ ପାଣି ଆସୁନଥିବାରୁ ଉକ୍ତ କେନାଲ ଅଞ୍ଚଳର କେତେକ ଚାଷୀଙ୍କ ଧାନ ପାଣି ଅଭାବରୁ ଧାନ ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଆଉ ବଳକା ଚାଷ ବଞ୍ଚାଇବା ପାଇଁ କେନାଲ ପାଣି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଛାଡିବାକୁ ଚାଷୀମାନେ ଦାବି ଜଣାଇଥିଲେ। ଚାଷୀଙ୍କ ରାସ୍ତାରୋକ ସ୍ଥାନକୁ ଭେଡେନ ଥାନା ଅଧିକାରୀ, ଋଷୁଡା ପୋଲିସ ଫାଣ୍ଡି ଅଧିକାରୀ, ଭେଡେନ ତହସିଲଦାର, ସଂପୃକ୍ତ ଅଞ୍ଚଳର ରାଜସ୍ବ ଅଧିକାରୀ, କେନାଲ ଏସଡିଓ, କେନାଲ ମୁଖ୍ଯ ଯନ୍ତ୍ରୀ, ଭେଡେନ ଚାଷୀ ସଂଗଠନର ସଦସ୍ଯ ପ୍ରମୁଖ ଯୋଗଦେଇଥିଲେ। ଚାଷୀଙ୍କ ଦାବିକୁ ଆଖି ଆଗରେ ରଖି ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ କେନାଲ ପାଣି ଆସିବ ବୋଲି କେନାଲ ମୁଖ୍ଯ ଯନ୍ତ୍ରୀ ଲିଖିତ ପ୍ରତିଶ୍ରୁତି ଦେବାପରେ ରାସ୍ତା ରୋକ ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ସ୍ଥଗିତ ହୋଇଥିଲା।