Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଖଇରଭାଡ଼ି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଲସ ଶୋଭାଯାତ୍ରା ।

ଖଇରଭାଡ଼ି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଲସ ଶୋଭାଯାତ୍ରା ।

ନୂଆପଡ଼ା(ଡୋଲେଶ୍ୱର ବାଗ)-ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରଭାଡି ଗ୍ରାମରେ ଆସନ୍ତା କାଳିଠୁ ଆରମ୍ଭ ହେବାକୁଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଆଜି ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ପୋଖରୀରେ ପୂଜାର୍ଚ୍ଚନା କରି କଳସୀରେ ପାଣି ଉଠାଇ ସଂକିର୍ତନ ଦଳ ସହାୟତାରେ ଗ୍ରାମ ପରିକ୍ରମା କରିଥିଲେ । ସେଠାରୁ ପ୍ରହରୀ ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କଲେ। ଏହି ନାମଯଜ୍ଞରେ ୮ଟି ସଂକିର୍ତନ ଦଳ ଅଂଶଗ୍ରହଣ କରିଛନ୍ତି। ଏହି ଗ୍ରାମରେ ଦିର୍ଘ ୩୦ ବର୍ଷ ପରେ ନାମଯଜ୍ଞ ହେଉଥିବାରୁ ଗ୍ରାମବାସୀ ବହୁତ୍ ଉତ୍ସାହିତ ଅଛନ୍ତି । ଉକ୍ତ ପ୍ରହରି ର କର୍ତ୍ତା ଭାବେ ଶ୍ରୀଯୁକ୍ତ ମହଗୁ ହଂସ ଧର୍ମପତ୍ନୀ ଶ୍ରୀମତୀ ଉମାକାନ୍ତି ହଂସ,ସଭାପତି ଶ୍ରୀ ଦଶରଥ ହଂସ , ଉପସଭାପତି ଶ୍ରୀ ମକରଧଜ ହଂସ , ନେତ୍ରାନନ୍ଦ ବାଗ ,ସମ୍ପାଦକ ରାଜେନ୍ଦ୍ର ହଂସ ,ସହ ସମ୍ପାଦକ ବିନୋଦ କୁମାର ହଂସ, କୋଷାଦଖ୍ୟ ଚେମନ୍ ନାଗ ,ସହଯୋଗ ହେମନ୍ତ କୁମାର ହଂସ ,ସହଯୋଗ ପୂର୍ଣ୍ଣଚନ୍ଦ୍ର ହଂସ, ସହଯୋଗ ମକୁନ୍ଦକୁମର୍ ହଂସ, ସହଯୋଗ ଜଳନ୍ଧର୍ ହଂସ ମୁଖ୍ୟପୂଜକ ରବୀନ୍ଦ୍ର ପତି ସହଗୋଗ୍ ପୂଜକ ପ୍ରବୀଣ ମୁଣ୍ଡ ଭୋଗ ପୂଜକ ପ୍ରମୋଦ ପଣ୍ଡା ଜପକ୍ ଅଶ୍ୱିନୀ ବେହରା,ଲମ୍ବୋଧର୍ ବାଗ ଚୋବନ୍ ହଂସ ,ନେତ୍ରାନନ୍ଦ ହଂସ ,ଧବଲେସ୍ଵର୍ ହଂସ,ତିରୁପତି ହଂସ ,ବୀଜାୟଲକ୍ଷ୍ମି ହଂସ ,ରୂପାଞ୍ଜଲି ହଂସ ,ପୂର୍ଣମୀ ହଂସ ପୁଷ୍ପାଞ୍ଜଳି ହଂସ ଅନିତା ହଂସ ରଶ୍ମିତା ହଂସ ପଙ୍କଜିନି ହଂସ ଙ୍କ ସମେତ ଗ୍ରାମର ଶତାଧିକ ମହିଳା ଏହି କଳସ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।ଏହି ନାମଯଜ୍ଞ ଆସନ୍ତା ଶନିବାର ପୂର୍ଣାହୁତି ହେବ ବୋଲି କମିଟି ତରଫରୁ ଜଣାପଡିଛି।

error: Content is protected !!