ପାଇକମାଳ – ବରଗଡ ଜିଲା ପାଇକମାଳ ନୃସିଂହନାଥ ନିକଟରେ ଥିବା କସ୍ତୁରବାଗାନ୍ଧୀ ମାତୃନିକେତନକୁ ବୁଧବାର ଏସବିଆଇ ସିଜିଏମ ଦିନେଶ ପୃଥ୍ୱୀ ଆସି ଏକ ୩୦ ସିଟ ବିଶିଷ୍ଠ ସ୍କୁଲ ବସ ପ୍ରଦାନ କରିଛନ୍ତି | ପ୍ରଥମେ ସେ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ, ମାତୃନିକେତନର ପ୍ରତିଷ୍ଠାତା ପାର୍ବତୀ ଗିରି ଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ଥିଲେ | ଏହାପରେ ତାଙ୍କୁ ଅନ୍ତେବାସୀ ମାନେ ଷ୍ଟେଜ କୁ ପାଛୋଟି ନେଇ ଥିଲେ | ସେଠାରେ ସେ ପାର୍ବତୀଗିରିଙ୍କ ଫୋଟ ଚିତ୍ରରେ ଧୂପ ଦୀପ ଫୁଲ ଦେଇ ପୁଜା କରିବା ପରେ, ଅନ୍ତେବାସୀଙ୍କୁ ଅନେକ ଦିଗଦର୍ଶନ ଦେଇ ଥିଲେ |

ପ୍ରକାଶ ଥାଉକି ଗତ ୨୬ ଡିସେମ୍ବର ୨୦୨୩ ଦିନ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବୀର ଦାଶ ମାତୃନିକେତନକୁ ପରିଦର୍ଶନରେ ଆସି ବିଭିନ୍ନ ସୁବିଧା ଅସୁବିଧା ନେଇ ଛୁଆ ମାନଙ୍କୁ ବୁଝି ଥିଲେ, ଏବଂ ମୁଖ୍ୟ ଅସୁବିଧା ମଧ୍ୟ୍ୟରେ ଗୋଟିଏ ସ୍କୁଲ ବସ ଶିଶୁ ମାନଙ୍କୁଦେଲେ ସୁବିଧାରେ ଯିବାଆସିବା କରି ପାରିବେ ବୋଲି ଚିନ୍ତା କରି ଏକ ସ୍କୁଲ ବସ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇ ଥିଲେ |ରାଜ୍ୟପାଳ ଙ୍କ ନିର୍ଦେଶକ୍ରମେ ଭୁବନେଶ୍ୱର ଏସ ବି ଆଇ ସିଜିଏମ ଦିନେଶ ପୃଥ୍ୱୀ ଜିଏମ ମନମୋହନ ସ୍ୱାଇଁ, ଆର ଏମ ମଧୁସୂଦନ ରଥ, ଓଜିଏମ ସାମଦେବ ଡୋରାଜୀ ଲାମା, ଆଜି ସ୍କୁଲ ବସ ପ୍ରଦାନ କରି ଥିଲେ |

ଏହି ସମୟରେ ମାତୃନିକେତନର କାର୍ଯ୍ୟକାରୀ କମିଟି ସଭାପତି ସ୍ଵର୍ଣ୍ଣପ୍ରଭା ପାଣିଗ୍ରାହୀ, ସମ୍ପାଦିକା ମମତା ପୁରୋହିତ, ଉପ ସଭାପତି ଭାରତୀ ଶତପଥି, ସଭ୍ୟା ଭାରତୀ ପଟ୍ଟନାୟକ ଙ୍କ ସହ ନିରୁପମା ମହାପାତ୍ର, ଅନିତା ଛତର, ସଂଜୀବ ଦାଶ, ଅଙ୍କିତା ପଣ୍ଡା, ରାଗିନୀ ମିଶ୍ର, ନୀଳିମା ଗିରି, ଅନୁଶ୍ରୀ ଶର୍ମା, ସୁରଭି ବାରିକ ଉପସ୍ଥିତ ଥିଲେ |ଏଥି ସହ ସିଜିଏମ ଶ୍ରୀ ପୃଥ୍ୱୀ ଶିଶୁ ଗୃହ କୁ ପରିଦର୍ଶନ ରେ ଯାଇଥିଲେ, ସେଠାରେ ଥିବା ଜଣେ ଛାତ୍ରୀ ଲିପି ଦାଶ ଶିଶୁ ମାନଙ୍କ ପାଇଁ ଗୋଟିଏ ଏସି ଦେବାକୁ ନିବେଦନ ଜରିଥିଲେ | ଶ୍ରୀ ପୃଥ୍ୱୀ ଖୁସି ହୋଇ ଦୁଇ ଗୋଟି ଏସି ପଠାଇ ଦେବା ପାଇଁ ପ୍ରତିସୃତି ଦେଇ ଥିଲେ, ଶେଷରେ ନିର୍ମଳ ଗିରି ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ |

