Sunday, November 24, 2024
spot_imgspot_imgspot_img
Homeରାଜନୀତିସମ୍ବଲପୁରର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ।

ସମ୍ବଲପୁରର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ।

ବିଜେପିର ସାମାଜିକ ନ୍ୟାୟ ଆନ୍ଦୋଳନ ବ୍ୟାପକ ହେବ – ଧର୍ମେନ୍ଦ୍ର ପ୍ରଧାନ ।

• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ବିଜେଡିର ସମ୍ବଲପୁର ଏସଟି-ଏସସି ସେଲ୍ ସଭାପତି ମୋତିଲାଲ ତନ୍ତୀ ଏବଂ ବିଜେଡି ନେତ୍ରୀ ରୀନା ତନ୍ତୀ
• ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ବିଜେପିରେ ସାମିଲ ହେବାରୁ ଧନ୍ୟବାଦ
• ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି
• ସମ୍ବଲପୁର, ସୁନ୍ଦରଗଡ଼, ଆଠମଲ୍ଲିକ, ବରଗଡ଼, ଦେବଗଡ଼, ରେଢାଖୋଲ, ନାକଟିଦେଉଳ, ରେଙ୍ଗାଳି ଆଦି ଅଞ୍ଚଳରେ ଯୁବକମାନଙ୍କ ମଧ୍ୟରେ ଥିବା ପ୍ରବୋଧଙ୍କ ଆକର୍ଷଣ ଦଳକୁ ଲାଭ ଦେବ
• ଏହି ରାଜନୀତି ବ୍ୟକ୍ତିବିଶେଷଙ୍କ ଅନୁଭବ ବିଜେପିର ଜନଜାତି ସଂଗଠନକୁ ଅଧିକ ସୁଦୃଢ କରିବ
• ରେଙ୍ଗାଳି ସମେତ ସମ୍ବଲପୁରରେ ଗରିବ ଲୋକଙ୍କ ଅପେକ୍ଷା ଓ ଆକାଂକ୍ଷାକୁ ପୂରଣ କରାଯିବ
• ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଳି ବିଧାୟକ ନାଉରୀ ନାଏକ ପ୍ରମୁଖ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ

ସମ୍ବଲପୁର – ସମ୍ବଲପୁରରେ ରବିବାର ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିର ସମ୍ବଲପୁର ଜିଲ୍ଲା ଏସଟି-ଏସସି ସେଲ୍ ସଭାପତି ମୋତିଲାଲ ତନ୍ତୀ ଓ ତାଙ୍କ ଧର୍ମପତ୍ନୀ ତଥା ବିଜେଡି ନେତ୍ରୀ ରୀନା ତନ୍ତୀ ଦଳରେ ଯୋଗଦେଇଛନ୍ତି ।

ଏହି ଅବସରରେ କିଛି ଦିନ ପୂର୍ବରୁ ସୋନପୁର ବିଜୟ ସଂକଳ୍ପ ସଭାରେ ବିଜେପି ଯୋଗଦେଇଥିବା ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନ ତାଙ୍କୁ ଦଳରେ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଓଡ଼ିଶା ରାଜନୀତିରେ ଆଜି ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । କଂଗ୍ରେସ କିଛି ଦିନ ପୂର୍ବେ ପ୍ରବୋଧ ତିର୍କୀଙ୍କୁ ତଳସରାରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଓ ପରେ ସେ ଜାଗାରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କଲା । ତେବେ ଆନ୍ତର୍ଜାତିକ ସ୍ତରରେ ହକିକୁ ପ୍ରତିନିଧିତ୍ୱ କରୁଥିବା ତଥା ଓଡ଼ିଶାକୁ ଗୌରବ ଆଣିଥିବା ତୀର୍କି ନିଜର ସମ୍ମାନ ଓ ସ୍ୱାଭିମାନ ପାଇଁ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ପ୍ରତି ପ୍ରବୋଧ ତିର୍କୀ ଦେଖାଇଥିବା ଆସ୍ଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସବ୍‌କା ସାଥ ସବକା ବିକାଶ’ ରାଜନୀତିର ବଡ଼ ପ୍ରତିଫଳନ । ସମ୍ବଲପୁର, ସୁନ୍ଦରଗଡ଼, ଆଠମଲ୍ଲିକ, ବରଗଡ଼, ଦେବଗଡ଼, ରେଢାଖୋଲ, ନାକଟିଦେଉଳ, ରେଙ୍ଗାଳି ଆଦି ଅଞ୍ଚଳରେ ଯୁବକମାନଙ୍କ ମଧ୍ୟରେ ଥିବା ପ୍ରବୋଧଙ୍କ ଆକର୍ଷଣ ଦଳକୁ ଲାଭ ଦେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ସେହିପରି ଦଳରେ ସାମିଲ ହୋଇଥିବା ତନ୍ତୀ ଦମ୍ପତିଙ୍କୁ ସ୍ୱାଗତ କରି ଶ୍ରୀ ପ୍ରଧାନ କହିଛନ୍ତି, ମୋତିଲାଲ ତନ୍ତୀ ଜଣେ ସାମାଜିକ ନ୍ୟାୟ ଆନ୍ଦୋଳନର ଲଢୁଆ ସାଥୀ । ସେ ଛାତ୍ର ଅବସ୍ଥାରୁ ଦଳିତ, ଆସିବାସୀ, ଗରିବ, ଦୁଃଖୀ ବର୍ଗର ଲୋକଙ୍କ ପାଇଁ ସଂଘର୍ଷ କରି ଆସିଛନ୍ତି । ତାଙ୍କ ଧର୍ମପତ୍ନୀ ରୀନା ତନ୍ତୀ ଗତ ବିଧାନସଭାରେ ରେଙ୍ଗାଲି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିଲେ । ଉଭୟେ ଏବେ ବିଜେଡି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସ୍ୱୀକାର କରି ବିଜେପିରେ ସାମିଲ ହୋଇଛନ୍ତି । ଆମ ଦଳ ଏହି ରାଜନୀତି ବ୍ୟକ୍ତିବିଶେଷଙ୍କ ଅନୁଭବକୁ ଉପଯୋଗ କରି ଜନଜାତି ସଂଗଠନକୁ ଅଧିକ ସୁଦୃଢ କରିବ । ସାମାଜିକ ନ୍ୟାୟ ଆନ୍ଦୋଳନକୁ ମଧ୍ୟ ବ୍ୟାପକ କରାଯିବ । ମୋଦୀ ଗ୍ୟାରେଣ୍ଟିରେ ରେଙ୍ଗାଳି ନିର୍ବାଚନମଣ୍ଡଳୀ ସମେତ ସମ୍ବଲପୁରରେ ଗରିବ ଲୋକଙ୍କ ଅପେକ୍ଷା ଓ ଆକାଂକ୍ଷାକୁ ପୂରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଳି ବିଧାୟକ ନାଉରୀ ନାଏକ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଓ ଆଶିଷ ହୋତା, ଜିଲ୍ଲା ଉପସଭାପତି ଫଣୀ ଭୂଷଣ ମିଶ୍ର, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!