Saturday, November 23, 2024
spot_imgspot_imgspot_img
Homeରାଜନୀତିଖଟିରେ ରାଜନୀତି : ଚର୍ଚ୍ଚାରେ ବରଗଡ ସଂସଦୀୟ କ୍ଷେତ୍ର ।

ଖଟିରେ ରାଜନୀତି : ଚର୍ଚ୍ଚାରେ ବରଗଡ ସଂସଦୀୟ କ୍ଷେତ୍ର ।

ବରଗଡ-ସ୍ୱାଧିନ ଭାରତର ସମ୍ବିଧାନ ପ୍ରଣେତା ହେଲେ ବାବା ସାହେବ ଭୀମରାଓ ଆମ୍ବେଦକର । ତାଙ୍କ ଜନ୍ମତିଥି ମହା ବିଷୁବ ସଂକ୍ରାନ୍ତି, ବଜରଙ୍ଗ ବଳୀ ହନୁମାନଙ୍କ ମଧ୍ୟ ଜନ୍ମ ଜୟନ୍ତୀ । ଏହି ଦିନଟିକୁ ସାରା ଭାରତ ବର୍ଷରେ ମହା ସମାରୋହରେ ଗର୍ବର ସହିତ ପାଳନ କରନ୍ତି ଭାରତବାସୀ। ସରକାର ମଧ୍ୟ ଛୁଟି ଘୋଷଣା କରନ୍ତି ଏଇ ଦିବସକୁ। ସ୍ୱାଧିନ ଭାରତରେ ଗଢ଼ି ଉଠିଥିବା ବୃହତ ଅନୁଷ୍ଠାନ ଗୁଡ଼ିକର ନାମ କରଣ ମଧ୍ୟ କରାଯାଇଥିଲା ଆମ୍ବେଦକର ପରି ଅନେକ ମହାମନିଷୀ ଙ୍କ ନାମରେ, ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ। ଇତିହାସରେ ତାଙ୍କର ଦେଶ ପାଇଁ ବଳିଦାନର ସ୍ମୃତି ଚାରଣ ନିମନ୍ତେ। କାଳକ୍ରମେ ଲିଭିବାକୁ ବସିଲାଣି ସେହି ନାମ ଗୁଡିକ ବିଗତ ଏକ ଦଶନ୍ଧି ମଧ୍ୟରେ। ରାଜନୈତିକ ଶତ୍ରୁତାର ପ୍ରତିଶୋଧରେ ଏପରି ନାମ ପରିବର୍ତ୍ତନ କରାଯାଉଥିବା ସର୍ବତ୍ର ଚର୍ଚ୍ଚିତ ଏବଂ ଅନୁମେୟ ମଧ୍ୟ। ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନକୁ ମଧ୍ୟ କୁଠାରାଘାତ ପରି କରା ଚାଲିଛି ସଂଶୋଧନ। ପରିବର୍ତ୍ତନ ହେଉଛି ଅନେକ ଧାରା ଓ ନିୟମ । ଏପରି ପ୍ରକ୍ରିୟା କ୍ରମାଗତ ଚାଲିଲେ ଦିନ ବେଶି ଦୂର ନୁହେଁ ଗଣତନ୍ତ୍ର ଶବ୍ଦର ଅସିଦ୍ଧତା ଘୋଷଣା ଏବଂ ପୁର୍ନରସ୍ଥାପନା ରାଜତନ୍ତ୍ର ଶବ୍ଦ ର ଏବଂ କାର୍ଯ୍ୟକାରିତାର ଏଇ ଦେଶରେ ।ଦିନ ଦୂର ନୁହେଁ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବାର ମଧ୍ୟ ଏବଂ ଲକ୍ଷ ରଖାଯାଇଥିବା ମିଶନ ୨୦୪୭ ଏହାର ସୂଚକ ମଧ୍ୟ ଅଟେ। ସମ୍ବିଧାନ ସଂଶୋଧନ ନାମରେ ପ୍ରକ୍ରିୟାର ପ୍ରାୟ ଆରମ୍ଭ କଲେଣି।

ଦେଶର କଥା ପରେ O.D 17 ମାନେ ବରଗଡ଼ ସାଂସଦୀୟ କ୍ଷେତ୍ରର ପାଣିପାଗକୁ। ଏହି ସଂସଦୀୟ କ୍ଷେତ୍ର ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ଯୋଦ୍ଧା ରଣାଙ୍ଗନ ମଇଦାନକୁ ଓହ୍ଲାଇ ସାରିଛନ୍ତି,ବିଜେଡି ,ବିଜେପି ଓ କଂଗ୍ରେସ ।ବିଜେଡି ଦଳର ପ୍ରାର୍ଥୀ ଭାବେ ଜଣେ ମହିଳା ତଥା ରାଜନୀତି ମଇଦାନ ପାଇଁ ନବାଗତା । ହେଲେ ମଧ୍ୟ ରାଜ୍ୟର ପ୍ରମୁଖ ତଥା କ୍ଷମତାସୀନ ଦଳର ଆଶ୍ରିର୍ବାଦ ରହିଛି ତାଙ୍କରି ଉପରେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ସମସ୍ତ ଛିଡ଼ା ହୋଇଥିବା ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଓ ପ୍ରାର୍ଥୀନୀ ଆସିପାରନ୍ତି ତାଙ୍କ ପାଇଁ ସଫଳତା। ଜଣେ ମହିଳା ପ୍ରାର୍ଥୀ ଭାବେ ତାଙ୍କ ଆଡକୁ ଟାଣି ପାରନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏବଂ ଏମାନଙ୍କ ସଂଖ୍ୟା ଭର୍ତ୍ତି ହୋଇ ରହିଛି ଏଇ ସଂସଦୀୟ କ୍ଷେତ୍ରରେ । ସରକାରଙ୍କ ଏହି ମହିଳା ଗୋଷ୍ଠୀଙ୍କୁ ପୂର୍ବରୁ ଦିଆ ଯାଇଥିବା ଆର୍ଥିକ ସହାୟତା ଆକୃଷ୍ଟ କରିପାରେ ତାଙ୍କ ପଟକୁ।କେନ୍ଦ୍ରରେ କ୍ଷମତାସୀନ ଦଳ ବିଜେପିର ପ୍ରତିଦ୍ବନ୍ଦୀ ଜଣକ ରାଜନୀତିରେ ପୋଖତ। ପୂର୍ବରୁ ୫ ବର୍ଷ ପାଇଁ ରହି ସାରିଛନ୍ତି ବିଧାୟକ ଭାବେ। ସାଧାରଣ ନେତାଙ୍କ ସହିତ ଶିଘ୍ର ମିଶି ପାରୁଥିବା ଗୁଣରୁ ସେ ଲୋକପ୍ରିୟତା ହୋଇ ପାରିଛନ୍ତି। ସଂସଦୀୟ ରଣକ୍ଷେତ୍ର ପାଇଁ ନୂଆଁ ହେଲେ ମଧ୍ୟ ରହିଛି ତାଙ୍କର ଲୋକପ୍ରିୟତା ଏହି କ୍ଷେତ୍ରରେ। ପୂର୍ବରୁ ବିଗତ ପାଞ୍ଚ ବର୍ଷ ପାଇଁ ଏହି କ୍ଷେତ୍ରରେ ବିଜେପି ଦଳର ସାଂସଦ ରହିଥିବା ପ୍ରାର୍ଥୀଙ୍କ ଶୂନ କାର୍ଯ୍ୟକଳାପର ପ୍ରଭାବ ପକାଇପାରେ ବର୍ତ୍ତମାନର ପ୍ରତିଦ୍ବନ୍ଦୀଙ୍କ ଉପରେ । ପୁନର୍ବାର ସେହି ଦଳର ପ୍ରତିଦ୍ବନ୍ଦୀଙ୍କ ପ୍ରତି ଜନତାଙ୍କ କେତେ ଆଶ୍ରିର୍ବାଦ ରହିଛି ତାହା ଦେଖାଯିବ ଆଗାମୀ ଦିନରେ। ତୃତୀୟ ପ୍ରାର୍ଥୀ ହେଲେ କଂଗ୍ରେସ ଦଳର ପ୍ରତିଦ୍ବନ୍ଦୀ ଯିଏକି ପାଞ୍ଚ ବର୍ଷ ପାଇଁ ଆଗରୁ ରହି ସାରିଛନ୍ତି ଏହି ସଂସଦୀୟ କ୍ଷେତ୍ରର ସାଂସଦ ଭାବେ। କେନ୍ଦ୍ରୀୟ ରାଜନୀତିରେ ରହିଛି ତାଙ୍କର ତଥା ତାଙ୍କ ପରିବାରର ଯଥେଷ୍ଟ ଅଭିଜ୍ଞତା ସାଙ୍ଗକୁ ଦବଦବା। ସେ ହେଉଛନ୍ତି କେନ୍ଦ୍ରରେ ତଥା ରାଜ୍ୟ ରାଜନୀତିରେ ଅନେକ ପାରିଦର୍ଶିତା ଲାଭ କରିଥିବା ସ୍ୱର୍ଗତ ଡା.କୃପାସିନ୍ଧୁ ଭୋଇଙ୍କ ସୁପୁତ୍ର। ରାଜ୍ୟର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି, କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ପରି ବିଭାଗ ସୁଚାରୁରୂପେ ତୁଲାଇଥିଲେ।ଡ଼ା.ଭୋଇ ଦେଶର ସର୍ବୋଚ୍ଚ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଏମ୍ସ (AIIMS)ରେ ସଭାପତି ପଦ ଅଳଙ୍କୃତ କରିଥିବା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଦୁଃସାଧ୍ୟ ରୋଗରେ ପୀଡ଼ିତ ରୋଗୀ ତାଙ୍କ ସମୟରେ ସାହାଯ୍ୟ ତଥା ସହାନୁଭୂତିରେ ସୁଚାରୁରୂପେ ଉକ୍ତ ଅନୁଷ୍ଠାନରୁ ସ୍ୱାସ୍ଥ୍ୟସେବା ପାଇପାରି ରୋଗମୁକ୍ତ ହୋଇ ପାରିଥିଲେ।ତାହା ଏବେ ମଧ୍ୟ ମନେ ରଖିଛନ୍ତି ସ୍ୱାସ୍ଥ୍ୟସେବା ପାଇଥିବା ବ୍ୟକ୍ତି ବିଶେଷ, କରନ୍ତି ଡ଼ା ଭୋଇଙ୍କ ଗୁଣଗାନ।

ଏତଦବ୍ୟତୀତ ଏହି ସଂସଦୀୟ କ୍ଷେତ୍ରରେ ବାସ କରନ୍ତି ପ୍ରାୟ ୪୦ ପ୍ରତିଶତରୁ ଅଧିକ ନିଜ ଜାତି ଭାଇ କୁଲିତା ସମାଜ।ଏହି କାରଣ(Factor)ଟି ନିର୍ବାଚନରେ ସଫଳତା ଦେଇପାରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ।ଏହା ବ୍ୟତିତ ନିଜେ ପ୍ରାର୍ଥୀ ମଧ୍ୟ ଜଣେ ମିଷ୍ଟଭାଷୀ , ସାଧାରଣ ଜୀବନଶୈଳୀର ବ୍ୟକ୍ତି ହୋଇଥିବା ବେଳେ ମିଶି ପାରନ୍ତି ତଳସ୍ତରର ସାଧାରଣ ମଣିଷଙ୍କ ସହିତ। ଅଟନ୍ତି ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ, ରହିଛି ତାଙ୍କର ନିଜର ବ୍ୟକ୍ତିତ୍ଵ । ପାଇଥାନ୍ତି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ଯଥେଷ୍ଟ ସମ୍ମାନ ତାଙ୍କ ଶିକ୍ଷାଗତ ଯୋଗ୍ୟତା କାରଣରୁ। ତାଙ୍କ ପ୍ରାର୍ଥୀତ୍ବ ମଧ୍ୟ ଗ୍ରହଣୀୟ ହେଉଥିବା ଭୋଟରଙ୍କ ଦ୍ୱାରା ଚର୍ଚ୍ଚା କରାଯାଏ । ଆହୁରି ମଧ୍ୟ ତାଙ୍କୁ ସଫଳତା ଦେଇ ପାରେ କଂଗ୍ରେସ ଦଳର ମନଲୋଭା ଗ୍ୟାରେଣ୍ଟି କାର୍ଡ। ଯେଉଁଥିରେ ଦେଶର ଚାଷୀ, ଶିକ୍ଷିତ ବେକାରୀ, ମହିଳା, ଗୃହିଣୀ, ସରକାରୀ କର୍ମଚାରୀ, ବରିଷ୍ଠ ନାଗରିକଙ୍କୁ ଅଭୁତପୂର୍ବ ସାହାଯ୍ୟ ଦିଆ ଯିବାର ଘୋଷଣା କରାଯାଇଛି ପ୍ରତିଶ୍ରୁତିର ପୃଷ୍ଠାଟିଏ। ଭୋଟର ଖାଲି ବୁଝିଲେ ହେଲା ବୋଲି ଚର୍ଚ୍ଚା କରାଯାଏ ବିଭିନ୍ନ ଚା ଜଳଖିଆ ଖଟିରେ , ଗାଁ ରେ,ସହରରେ। ତେଣୁ ଫଳାଫଳ ପାଇଁ ସମୟକୁ ଅପେକ୍ଷା। ଆହୁରି ମଧ୍ୟ ଚର୍ଚ୍ଚା କରାଯାଏ ଦେଶର ଗଣତନ୍ତ୍ର ରକ୍ଷା ବାବଦରେ। ସ୍ୱର ଉଠେ ଆବଶ୍ୟକ ଏକ ବିରାଟ ପରିବର୍ତ୍ତନ। ବିପଥଗାମୀ ଭାରତର ରାଜନୀତି, ଭାରତର ଗଣତନ୍ତ୍ର ପଦ୍ଧତି । ରାଜ୍ୟର ଶାସନ ପ୍ରଣାଳୀ ଉପରେ ଅଣ ଓଡ଼ିଆଙ୍କ ଦ୍ୱାରା କରାଯାଉଥିବା କବଜା ମଧ୍ୟ ଚର୍ଚ୍ଚାର ପ୍ରମୁଖ ବିଷୟ। ଲୋକଙ୍କ ମୁଖରୁ ଶୁଣାଯାଏ ଅନେକ ନ୍ୟାୟସଂଗତ ଯୁକ୍ତି। ନିରପେକ୍ଷ ତର୍କ ଏହି ସବୁ ଖଟିରେ। ବିଭିନ୍ନ ଖଟିରେ ପ୍ରକାଶ କରାଯାଏ ଅନ୍ତରର ନାନା କଥା ନାନା ବ୍ୟଥା ସାଙ୍ଗସାଥୀ ମେଳରେ , ବନ୍ଧୁଙ୍କ ସାଙ୍ଗରେ। ସାଧାରଣ ଜନତାଙ୍କ ପାଇଁ ସେଇଥିରୁ ସଂଗୃହୀତର କିଛି ଝଲକ।

ନିରଞ୍ଜନ ତ୍ରିପାଠୀ,ବରିଷ୍ଠ ସାମ୍ବାଦିକ

error: Content is protected !!