Sunday, November 24, 2024
spot_imgspot_imgspot_img
Homeରାଜନୀତିସୋନପୁରରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ ।

ସୋନପୁରରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ ।

ଏଥର ଓଡ଼ିଶାରେ ସରକାର ବଦଳିବ – ଧର୍ମେନ୍ଦ୍ର ପ୍ରଧାନ ।

• ଓଡ଼ିଶାର ସବୁ ସହରରେ ନିଶାଦ୍ରବ୍ୟ ଓ ଧଳାଜହର ପହଞ୍ଚିଛି, ରାଜ୍ୟରେ ବିଫଳତା ଚରମ ସୀମାରେ
• ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ, ବିଜେପୁର ଓ କଣ୍ଟାବାଞ୍ଜି ପାଇଁ କରିଥିବା କାମର ଶ୍ୱେତପତ୍ର ପ୍ରକାଶ କରନ୍ତୁ
• ୨୫ ବର୍ଷ ଶାସନରେ ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟାବସ୍ଥା, ରୋଜଗାର ଅବସ୍ଥା କଣ ?
• ମୁଖ୍ୟମନ୍ତ୍ରୀ ଆଜି ଭିଡିଓରେ ଅଛନ୍ତି, ଏ ସରକାର ଅପାରଗ, ରାଜ୍ୟ ବାହାରର ଠିକାଦାରପ୍ରେମୀ ସରକାର
• ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କ ମଧ୍ୟରେ ମୋଦୀ ଗ୍ୟାରେଣ୍ଟି ଉପରେ ଭରସା ଅଛି
• ସୋନପୁର ଏବଂ ଓଡ଼ିଶାର ଲୋକମାନେ ଓଡ଼ିଶା ସହ ମୋଦୀ ଅଛନ୍ତି, ଏଥର ଓଡ଼ିଶାରେ ସରକାର ବଦଳିବ

ସୋନପୁର – ରାଜ୍ୟ ସରକାରଙ୍କ ଦୀର୍ଘ ୨୪ ବା ୨୫ ବର୍ଷ ଶାସନରେ ପ୍ରଶାସନ ତତ୍ତ୍ୱାବଧାନରେ ବଲାଙ୍ଗୀର ସମେତ ଓଡ଼ିଶାର ସହର ସହରରେ ନିଶାଦ୍ରବ୍ୟ ଓ ଧଳାଜହର ପହଞ୍ଚିଛି । ଆଜି ରାଜ୍ୟରେ ବିଫଳତା ଚରମ ସୀମାରେ ପହଞ୍ଚିଛି । ଏଥର ନିର୍ବାଚନରେ ସରକାର ନିଶ୍ଚୟ ବଦଳିବ ବୋଲି ଗୁରୁବାର ବଲାଙ୍ଗିର ଲୋକସଭା ସଂସଦୀୟ କ୍ଷେତ୍ର ସୋନପୁରରେ ଆୟୋଜିତ ରାମେଶ୍ୱର ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ବିରୋଧୀ ବିକାଶର କାମକୁ ବିରୋଧ କରୁଥିବା କହୁଛନ୍ତି । ବିରୋଧୀ ଦଳମାନେ ରାଜନୀତି କରିବା କଥା କହୁଛନ୍ତି । ଲମ୍ବା ଲମୟ ଧରି ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁକୁ ପ୍ରତିନିଧିତ୍ୱ କରୁଛନ୍ତି । ଗତ ନିର୍ବାଚନରେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବିଜେପୁର ଆସନରୁ ଲଢିଥିଲେ । ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଦୀର୍ଘ ବର୍ଷ ଧରି ହିଞ୍ଜିଳିକାଟୁରୁ ପ୍ରତିନିଧିତ୍ୱ କରିବା ପରେ ମଧ୍ୟ ସେମାନେ କଣ କାମ କଲେ । କଣ୍ଟାବାଞ୍ଜିରେ ୨୫ ବର୍ଷରେ କଣ କଲେ ? ଏ ସବୁର ଶ୍ୱେତପତ୍ର ପ୍ରକାଶ କରନ୍ତୁ ।

ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର, ବୌଦ୍ଧ, ଅନୁଗୋଳ ଜିଲ୍ଲା ମହାନଦୀର ଅବବାହିକା ଅଞ୍ଚଳ । ବଲାଙ୍ଗୀର ମହାନଦୀର ଶାଖା ନଦୀ ପ୍ରବାବହିତ ହୋଇଛି । ମାତ୍ର ମୋଦୀ ସରକାର ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ୧୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେବା ପରେ ମଧ୍ୟ ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଆସୁନାହିଁ । ଦୀର୍ଘ ବର୍ଷର ଶାସନରେ ଜମିକୁ ପାଣି ମାଡି ନାହିଁ । ସମ୍ବଲପୁର ଅଞ୍ଚଳରେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ମେଡିକାଲରେ ଡାକ୍ତର ନାହାନ୍ତି । ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଏହି ଅଞ୍ଚଳରୁ ରୋଜଗାର ଆଶାରେ ଯୁବକ ଯୁବତୀମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଯେଉଁ ସରକାର ଜନତାଙ୍କ ଦୁଃଖ ବୁଝୁନାହିଁ ସେ କହୁଛନ୍ତି ବିରୋଧୀମାନେ ବିକାଶର କାମକୁ ବିରୋଧ କରୁଛନ୍ତି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଆଜି ଭିଡିଓରେ ଅଛନ୍ତି । ଏ ସରକାର ଅପାରଗ, ରାଜ୍ୟ ବାହାରର ଠିକାଦାରପ୍ରେମୀ ସରକାର । ଏ ସରକାର ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାର ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କ ମଧ୍ୟରେ ମୋଦୀ ଗ୍ୟାରେଣ୍ଟି ଉପରେ ଭରସା ଅଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ସୋନପୁର ଏବଂ ଓଡ଼ିଶାର ଲୋକମାନେ ଓଡ଼ିଶା ସହ ମୋଦୀ ଅଛନ୍ତି । ଯୋଡି ଶଙ୍ଖ ବହୁତ ଦୁଃଖ, ଯୋଡ଼ି ଫୁଲ ବହୁତ ଭଲ । ଏଥର ଓଡ଼ିଶାରେ ସରକାର ବଦଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

error: Content is protected !!