Saturday, March 7, 2026
Homeରାଜନୀତିଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କମଲ ଚରଣ ତାଣ୍ଡି ନାମାଙ୍କନ ପାତ୍ର...

ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କମଲ ଚରଣ ତାଣ୍ଡି ନାମାଙ୍କନ ପାତ୍ର ଦାଖଲ ।

ନୂଆପଡ଼ା(ଡୋଲେଶ୍ୱର ବାଗ)-ନୂଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କମଲ ଚରଣ ତାଣ୍ଡି ନାମାଙ୍କନ ପାତ୍ର ଦାଖଲ, ଆଜି ରିଟର୍ଣୀଙ୍ଗ ଅଧିକାରୀଙ୍କୁ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ଖଡିଆଳ ସମଲେଶ୍ବରୀ ମନ୍ଦିର ପରିସର ରୁ ପୂଜା ଅର୍ଚ୍ଚନା କରି ଏକ ବିଶାଳ ରାଲୀ ଖଡିଆଳ ପରିକ୍ରମା କରିଅଛି। ପରେ ଖଡିଆଳ ରୁ ନୂଆପଡ଼ା କୁ ପହଞ୍ଚି ଥିଲେ।

ନୂଆପଡ଼ା ଏବଂ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଉଭୟ ପ୍ରାର୍ଥୀ ଖରିଆର ରୋଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପହଞ୍ଚି ରିଟର୍ଣିଙ୍ଗ ଅଧିକାରୀ ସୁବାସ ଚନ୍ଦ୍ର ରାଇତାଙ୍କୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ବିକାଶ ସହ ଦାଦନ, ଚାଷୀ, ଶ୍ରମିକ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ କାମ କରିବା କୁ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ନିର୍ବାଚନୀ ଇସ୍ତାହାର ଲୋକଙ୍କ ପାଇଁ ସଂଜୀବନୀ ହେବା ବୋଲି ପ୍ରକାଶ କରିଛନ୍ତି ।

error: Content is protected !!