Saturday, March 7, 2026
Homeରାଜନୀତିଡ଼.ଲେନିନ ମହାନ୍ତି ବାବୁ ଆପଣଙ୍କ ବୟାନ ଶୁଣିଲେ ଗୋଟେ ଉକ୍ତି ମନେ ପଡୁଛି "ଗୋଦରୀ ଲୋ...

ଡ଼.ଲେନିନ ମହାନ୍ତି ବାବୁ ଆପଣଙ୍କ ବୟାନ ଶୁଣିଲେ ଗୋଟେ ଉକ୍ତି ମନେ ପଡୁଛି “ଗୋଦରୀ ଲୋ ତୋ ଗୋଡ଼ କୁ ଅନା” – ପ୍ରମୋଦ ରଥ ।

ସମ୍ବଲପୁର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ର ନେତା ଜୟ ନାରାୟଣ ମିଶ୍ର ଙ୍କ ବିଷୟ ରେ ବିଜୁ ଜନତା ଦଳ ର ମୁଖପାତ୍ର ଡ଼.ଲେନିନ ମହାନ୍ତି ଯେଉଁ ଟିପ୍ପଣୀ ଦେଇଛନ୍ତି ତାର ପ୍ରତିକ୍ରିୟା ରେ ବରିଷ୍ଠ ବିଜେପି ନେତା ଡ଼ ପ୍ରମୋଦ ରଥ ପ୍ରତିକ୍ରିୟା ରଖିଛନ୍ତି । ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଜରିଆରେ ଦେଇଥିବା ପ୍ରେସ ବିବୃତି ରେ ସେ କହିଛନ୍ତି ଯେ…କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଙ୍କ ବିଷୟ ରେ ବିଜୁ ଜନତା ଦଳ ର ମୁଖପାତ୍ର ଡ଼.ଲେନିନ ମହାନ୍ତି ଆଜି ଯେଉଁ ଟିପ୍ପଣୀ କରିଛନ୍ତି ତାକୁ ଶୁଣିଲା ପରେ ଗୋଟେ ଉକ୍ତି ମନେ ପଡୁଛି “ଗୋଦରୀ ଲୋ ତୋ ଗୋଡ଼ କୁ ଅନା” ।

ପ୍ରଥମ କଥା ଆପଣ ଯେଉଁ କାର୍ଯ୍ୟକ୍ରମ ବିଷୟ ରେ ଉଲ୍ଲେଖ କରିଛନ୍ତି ସେ କାର୍ଯ୍ୟକ୍ରମ ର ପ୍ରକୃତ ଜନସମୁଦ୍ର ଥିବା ଫୋଟୋ ବୋଧେ ଆପଣ ଦେଖି ଦେଇଛନ୍ତି ଯାହାର ଫଳ ସ୍ୱରୂପ ଆପଣଙ୍କ ଚେତା ହଜି ଯାଇଛି ବୋଲି ବିଳିବିଳାଉ ଛନ୍ତି । ଦ୍ଵିତୀୟତଃ ଗତ କିଛି ଦିନ ପୂର୍ବରୁ ଆପଣଙ୍କ ଦଳ ପକ୍ଷରୁ ଦେବଗଡ଼ ରେ ଆୟୋଜିତ କାର୍ଯ୍ୟକ୍ରମ ର ଦୃଶ୍ୟ ଭୁଲି ଯାଇଛନ୍ତି କି..?ସଭାସ୍ଥଳ ର ସମସ୍ତ ଚୌକି ଖାଲି ପଡିଥିଲା ଓ ଆପଣଙ୍କ ନେତା ବ୍ୟର୍ଥ ପ୍ରେମିକ ର ତଣ୍ଟି ଫଟା ତିତ୍କାର ଭଳି ଉଦଘୋଷଣା କଲା ପରେ ମଧ୍ୟ ଲୋକେ ଆସିଲେ ନାହିଁ । ଦୁଇ ଦିନ ପୂର୍ବ ରୁ କୁଚିଣ୍ଡା ରେ ଆପଣଙ୍କ ଦଳ ର ନେତା ଓ କର୍ମି କିଭଳି ଭାବେ ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଙ୍କୁ ଗଉଡ଼େଇ ନେଇଥିଲେ ।ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୋକପ୍ରିୟତା କଣ କେମିତି ରହିଛି ତାହା ଓଡିଶା ର ସ୍ୱାଭିମାନୀ ଓଡ଼ିଆ ଙ୍କୁ ଠିକ ଭାବରେ ଜଣା । ନରେନ୍ଦ୍ର ମୋଦୀ ଙ୍କ ଭଳି ଜଣେ ଅଦ୍ଵିତୀୟ ପ୍ରଧାନମନ୍ତ୍ରୀ ଯାହାଙ୍କୁ ବିଗତ ଦଶ ବର୍ଷ ରେ ଅନେକ ଗୁରୁତ୍ୱପୂର୍ଣ ବିଭାଗ ର ଦାୟିତ୍ୱ ଦେଇଛନ୍ତି ତାଙ୍କର କାର୍ଯ୍ୟଦକ୍ଷତା ଓ ବିଶେଷତା କଣ ଯେ ସମଗ୍ର ଦେଶବାସୀ ଜାଣି ସାରିଲେଣି।

ଅଣଓଡ଼ିଆ ହାକିମ ପାଇଁ ଆପଣଙ୍କ ଦଳ ର ବାଉଁଶପୋତା, ଦରିପକା, ଲୋକ ବୁହା ନେତା ଯଦି ଗର୍ବ ଅହଙ୍କାର ଓ ମିଛ ର ଅନ୍ଧାପୁଟୁଳି ବାନ୍ଧିଛନ୍ତି ତେଣୁ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଙ୍କର କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ଦେଖା ଯାଉ ନାହିଁ ।ଲେନିନ ବାବୁ ଯଦି ଜୟ ନାରାୟଣ ମିଶ୍ର ଦଶ ବର୍ଷ କାଳ ଗାୟବ ଥିଲେ ତ ୨୦୧୯ ନିର୍ବାଚନ ରେ ସମ୍ମାନସ୍ପଦ ସମ୍ବଲପୁର ବିଧାନସଭା ଆସନ ରୁ କିଏ ବିଜୟ ଲାଭ କରିଥିଲା..?ବିରୋଧୀ ଦଳ ନେତା ଗତ ଦୁଇ ବର୍ଷ ହେଲା କିଏ ରାଜ୍ୟ ସରକାର ଙ୍କୁ ହରଡ଼ଘଣା ରେ ପକେଇ ଶାସକ ଦଳ ର ନେତା ମନ୍ତ୍ରୀ ଙ୍କର ନିଦ ହଜେଇ ଦେଇଛି…?ରାଜ୍ୟ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଛାୟା ମୁଖ୍ୟମନ୍ତ୍ରୀ ଜୟ ନାରାୟଣ ମିଶ୍ର ଙ୍କର ଓଡିଶା ବିଧାନସଭା ରେ ଓ ନିଜ ନିଜ ବିଧାନସଭା କ୍ଷେତ୍ର ରେ ଉପସ୍ଥିତି କୁ ତୁଳନା କରନ୍ତୁ କାହାର ସ୍ୱାସ୍ଥ୍ୟ ସମସ୍ୟା କେତେ କଣ ଯେ ଜାଣି ପାରିବେ ।

error: Content is protected !!