Saturday, April 19, 2025
spot_imgspot_imgspot_img
Homeରାଜନୀତିନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ।

ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ।

ନୂଆପଡ଼ା-ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ନିର୍ବାଚନ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଅଧ୍ୟକ୍ଷତା କରିଥିବା ବେଳେ ନିର୍ବାଚନ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଯୋଗ ଦେଇଥିବା ବେଳେ ନିର୍ବାଚନ କୁ ତ୍ରୁଟି ମୁକ୍ତ ଏବଂ ଅବାଧ ନିର୍ବାଚନ କରିବା ପାଇଁ ଆହ୍ବାନ କରିଥିଲେ। ନିଜ ନିଜ ଦାୟିତ୍ବ କୁ ସଠିକ୍ ଢଙ୍ଗ ରେ ସମ୍ପାଦନ କରିବା ଦ୍ବାରା ନିର୍ବାଚନ ଶାନ୍ତି ପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ। ନିର୍ବାଚନ ଖର୍ଚ୍ଚ ପର୍ଯ୍ୟେବେକ୍ଷ ମଣିଶଙ୍କର ବରଦୋଲାଇ ଆସି ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ନିର୍ବାଚନ ଖର୍ଚ୍ଚ ତଥ୍ୟ ଏବଂ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏହି ସମ୍ପର୍କ ରେ ଜିଲ୍ଲାପାଳ ହେମକାନ୍ତ ସାଏ ନିର୍ବାଚନ କୁ ମୁକ୍ତ ଏବଂ ଅବାଧ କରିବା ପାଇଁ ଆହ୍ବାନ କରିଛନ୍ତି।

error: Content is protected !!