Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସ୍ବର୍ଗତ ସୂର୍ଯ୍ୟପ୍ରକାଶ ମହାପାତ୍ରଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧ ବାର୍ଷିକ ପାଳନ ।

ସ୍ବର୍ଗତ ସୂର୍ଯ୍ୟପ୍ରକାଶ ମହାପାତ୍ରଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧ ବାର୍ଷିକ ପାଳନ ।

ବରଗଡ- ବରଗଡ଼ ସହରର ବିଶିଷ୍ଟ ସମାଜସେବୀ , ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ବାରା ପୁରସ୍କାର ପ୍ରାପ୍ତ ଜନ କଲ୍ୟାଣ ସଙ୍ଗଠନ ଓଡିଶା ଜନତା ସଂଘର୍ଷ ସମିତି ତଥା ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ସୂର୍ଯ୍ୟ ପ୍ରକାଶମହାପାତ୍ର ଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ସମିତିର ସଭାପତି ତଥା ବଧିର ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ସମିତିର ସଂପାଦକ ତଥା ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଭୟ ପଧାନଙ୍କ ସଂଯୋଜନାରେ ସମାଜସେବୀ ପବିତ୍ର ଦେହେରୀ,ବରିଷ୍ଠ ସାମ୍ବାଦିକ ଉମେଶ ବିଶ୍ବାଳ ଅତିଥି ଭାବରେ ଯୋଗଦାନକରି ସ୍ବର୍ଗତ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରାଦ୍ଧ ସୁମନ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମିତିର ଉପ ସଭାପତି ତଥା ମାନସିକ ଅନଗ୍ରସର ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମେଘନାନାଦ ସାହୁ, ସହ ସଂପାଦକ ନେପାଳ ଦୁଆନ ମଞ୍ଚାସୀନ ଥିଲେ ।ସଭାକାର୍ଯ୍ଯ ପ୍ରାରମ୍ଭରେ ସ୍ବର୍ଗତ ଆତ୍ମା ପ୍ରତି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ସଭାପତି ଶ୍ରୀଯୁକ୍ତ ସାହୁଙ୍କ ପ୍ରାରମ୍ଭିକ ସୂଚନାପରେ ମଞ୍ଚାସୀନ ଅତିଥି ମାନଙ୍କ ସହ ଶିବାୟନୀ ପଣ୍ଡା,ଦୁଃଖିସେବକ ସାହୁ ସୃତି ଚାରଣ ମାଧ୍ୟମରେ ଶ୍ରାଦ୍ଧା ସୁମନ ଜଣାଇଥିଲେ ।ସାମଗ୍ରିକ ଭାବରେ ବକ୍ତାଗଣ ସ୍ବର୍ଗତ ମହାପାତ୍ରଙ୍କୁ ଜଣେ ଦୃଷ୍ଟିହୀନ ବ୍ୟକ୍ତି ବଦଳରେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ସଂଗ୍ରାମୀ ତଥା  ସମାଜସେବୀ ଥିଲେ ବୋଲି ମତ ବ୍ୟକ୍ତିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ଏ ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସମିତିର ସଭାପତି ଏବଂ ସଂପାଦକ ଆଗାମୀ ଦିନରେ ସମିତି ଦ୍ବାରା ଦୃଷ୍ଟାନ୍ତ ମୂଳକ ସେବାକାର୍ଯ୍ଯ ହାତକୁ ନେବା ସହ ବିଦ୍ୟାଳୟକୁ ଆହୁରି ଆଗକୁ ନେବା ନିମନ୍ତେ ଅନେକ ପଦକ୍ଷେପ ନିଆଯିବା ନିମନ୍ତେ ପ୍ରତିଶୃତି ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରି ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏ ଅବସରରେ ବିଦ୍ୟାଳୟର ତିନି ରୋଷେଇଆ ଦଶରଥ ପ୍ରଧାନ,ଘନଶ୍ୟାମ ପଧାନ ଏବଂ ସନାତନ ସେଠଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

error: Content is protected !!