Saturday, April 19, 2025
spot_imgspot_imgspot_img
Homeଅଘଟଣବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା : ହତ୍ୟାକାରୀ ଗିରଫ।

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା : ହତ୍ୟାକାରୀ ଗିରଫ।

ପାଇକମାଳ – ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର (ଚେରିମୁଣ୍ଡା ) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ୬୫ ବର୍ଷର ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରକାଶ ଥାଉକୁ ଗତ ୧୭ ତାରିଖ ଦିନ ଭୁବନେଶ୍ଵରପୁର ବଜାରରେ ମୃତ ପୂର୍ଣ୍ଣଚନ୍ଦ୍ର ସାହୁ (୬୫) ଓ ମହାଦେବ ବରିହା ମଧ୍ୟରେ କୌଣସି କାରଣ ବଶତଃ ଦିହିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଦୁହେଁ ସାଙ୍ଗ ହୋଇ ଘରକୁ ଯିବା ପାଇଁ ବାହାରିଥିଲେ । ଘରକୁ ଫେରିବା ବାଟରେ ମହାଦେବ ରାଗରେ ଗୋଟିଏ ପଥରରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଛେଚି ମାରି ଦେଇ ନିଜ ଘରକୁ ଫେରିଥିଲା । ପୂର୍ଣ୍ଣଚନ୍ଦ୍ର ଘରକୁ ନ ଫେରିବାରୁ ତାଙ୍କ ପୁଅ ହୀରାଚନ୍ଦ ସାହୁ ପାଇକମାଳ ଥାନାରେ ଏନେଇ ଅଭିଯୋଗ କରିଥିଲା । ୧୮ ତାରିଖ ଦିନ ପୁଣିଥରେ ହୀରାଚନ୍ଦ ପୋଲିସ କୁ ଖବର ଦେଲାଜେ ଭୁବନେଶ୍ୱରପୁର ରୁ ଚେରିମୁଣ୍ଡା ଯିବାର ରାସ୍ତା ରୁ ୧୫୦ ମିଟର ଦୂରରେ ଥିବା ଏକ ମହୁଲ ଗଛ ତଳେ ମୋ ବାପା ଙ୍କ ମୃତ ଦେହ ପଡ଼ିଛି ।

ମିଳିଥିବା ଅଭିଯୋଗ କୁ କେନ୍ଦ୍ର କରି ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଥିଲା । ପରବର୍ତ୍ତୀ ସମୟରେ ସାଇନଟିଫିକ ଦଳ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିଲେ । ଅନୁସନ୍ଧାନୀ କୁକୁର ସିଧା ସଳଖ ମହାଦେବ ବରିହା ଘରକୁ ଯାଇ ତାକୁ ଧରିଥିଲା । ଏନେଇ ପାଇକମାଳ ଥାନାରେ କେଶ ସଂଖ୍ୟା ୧୦୫/୨୪ ଧାରା ୩୦୨ ଆଇପିସି ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ମୃତକକୁ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁରକୁ ପଠାଯାଇଥିବା ବେଳେ ଅଭିଯୁକ୍ତ ମହାଦେବକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ସୂଚନା ଦେଇଛନ୍ତି ।

error: Content is protected !!