ବରଗଡ-ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ୧୯ ତାରିଖ ରେଳ ରୋକ ଆନ୍ଦୋଳନ ସମୂହ ନିଷ୍ପତ୍ତି କ୍ରମେ ସ୍ଥଗିତ କରାଗଲା। ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁସାରେ ୧୮ ଏପ୍ରିଲ ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କ ଆକାଉଣ୍ଟ ରେ କ୍ଷତିପୂରଣ ଟଙ୍କା ନ ପଡିଲେ ରେଳ ଅଟକାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ଏସ ପି ତପନ ମହାନ୍ତି, ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଏସ ଡି ପି ଓ ପଦାରବିନ୍ଦ୍ର ତ୍ରିପାଠୀ, ଆଇ ଆଇ ସି ସତ୍ୟଜିତ କାଣ୍ଡେଲ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅମୀୟ ସାହୁ ଙ୍କ ଉପସ୍ଥିତି ରେ କୃଷକ ସଙ୍ଗଠନ କର୍ମୀ ମାନଙ୍କ ସହିତ ମିଗ ଜୋମ ଜନିତ କ୍ଷତି ପୂରଣ ପ୍ରସଙ୍ଗ ରେ ଆଲୋଚନା ହୋଇଥିଲା। ଆଲୋଚନା ରେ କମ୍ପାନୀ ରାଜ୍ୟ ସ୍ତରୀୟ ପ୍ରତିନିଧି ରାକେଶ ରଞ୍ଜନ ସହିତ କଥା ହୋଇ ଏ ଏସ ପି ମହୋଦୟ ତିନିଦିନ ମଧ୍ୟ ରେ କ୍ଷତିପୂରଣ ଟଙ୍କା ଦେବା ପାଇଁ ନିର୍ଦେଶ ଦେଇଥିଲେ। ଯଦି ଖିଲାପି କଲେ ଆରେଷ୍ଟ କରିବା ପାଇଁ ସୂଚନା ଦେଇଥିଲେ ଏବଂ କୃଷକ ମାନଙ୍କୁ ରବିବାର ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବାରମ୍ବାର ଏହି ପ୍ରତିଶୃତି ବିଫଳ ହେଉଥିବାରୁ କୃଷକ ସଂଗଠନ କର୍ମୀ ମାନେ ବିଶ୍ୱାସ କରି ନ ଥିଲେ।
ଆଜି ପୁଣି ବୈଠକ ବସିଥିଲା ଯେଉଁଥିରେ ୧୩ କୋଟି ଟଙ୍କା ମିଳିଥିବା ସୂଚନା କୃଷି ଅଧିକାରୀ ଦେଲେ ଏବଂ ଅନ୍ୟ ୧୦ କୋଟି ଟଙ୍କା ସରକାର ନିୟମ ଅନୁସାରେ ଏନ ଇ ଏଫ ଟି କରାଯାଇଥିବା କହିଥିଲେ। ସମସ୍ତ ବିଷୟ କୁ ଅନୁଧ୍ୟାନ କରି ରବିବାର ଦିନ ଭେଡେନ ଠାରେ ଜରୁରୀ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଗଠନ ତରଫରୁ ସୂଚନା ଦିଆ ଯାଇଛି। ଆଲୋଚନା ରେ ଉତ୍ପନ୍ନ ଭୋଇ, ନରେନ୍ଦ୍ର ଭୋଇ, ସୁଦାମ ପାତ୍ର, ସୁଦାଂଶୁ ଦୀପ, ବୀରେନ୍ଦ୍ର କର, କାରଣ ସାହୁ, ମହେନ୍ଦ୍ର ପଧାନ, ତପନ ମିଶ୍ର, ଧିରେନ ପଧାନ, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ବାବ୍ରୁ ସାହୁ, ରମେଶ ମହାପାତ୍ର, ପ୍ରଭାତ ସାହୁ, ପ୍ରେମରାଜ ସାହୁ ଅପସ୍ଥିତ ଥିଲେ।