Saturday, March 7, 2026
Homeରାଜ୍ୟନଲକୂପ ଅଚଳ ଲୋକେ ପାଣି ପାଇଁ ଡହକ ବିକଳ : କୁମ୍ଭକର୍ଣ୍ଣ ନିଦ୍ରାରେ ଝାରବନ୍ଧ ଜନସ୍ବାସ୍ଥ୍ୟ...

ନଲକୂପ ଅଚଳ ଲୋକେ ପାଣି ପାଇଁ ଡହକ ବିକଳ : କୁମ୍ଭକର୍ଣ୍ଣ ନିଦ୍ରାରେ ଝାରବନ୍ଧ ଜନସ୍ବାସ୍ଥ୍ୟ ବିଭାଗ।

ଝାରବନ୍ଧ – ଦିର୍ଘ ଦିନରୁ ନଲକୁପ ଅଚଳ ହୋଇପଡିଛି। ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଶୁଣୁନାହାନ୍ତି। ବର୍ତ୍ତମାନ ଗାଁ ମାନଙ୍କରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ବାଧ୍ୟ ଲୋକେ ପୋଖରୀର ପାଣି ବ୍ୟବହାର କରୁଛନ୍ତି।ଏଭଲି ଦୃଶ୍ଯ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଝାରଵନ୍ଧ ବ୍ଲକ ବିଲାସପୁର ଗ୍ରାମରେ ଦିର୍ଘ ଦିନ ହେବ ନଲକୂପ ଅଚଳ ହୋଇପଡିଛି। ବିଭାଗୀୟ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କଲେ ମଧ୍ୟ କିଛି ଶୁଣୁନାହାନ୍ତି,ମରାମତି କରିବା ପାଇଁକେବଳ ପ୍ରତିଶ୍ରୁତି ଦିଅନ୍ତି । ହେଲେ ମାସ ମାସ ଧରି ଅଚଳାବସ୍ଥାରେ ପଡି ରହିଛି।

ବିଜ୍ଞାପନରେ ସବୁ ଘରେ ବସୁ୍ଧା ଯୋଜନା ମଧ୍ୟମରେ ପାଣି ପାଇବେ ବୋଲି ଲୋକଙ୍କୁ ସୂଚନା ଦିଆଯାଇଛି ହେଲେ ତାହା କେବଳ କାଗଜ କଲମ ରେ ସିମିତ । ଗାଁ ଗୁଡିକରେ ବର୍ଷ ବର୍ଷ ଧରି ବସୁଧା ଯୋଜନାରେ କାମ ଚାଲିଛି ଓ ଗାଁ ଗୁଡିକରେ ପାଇପ ଲାଇନ ଦେବା ପାଇଁ ଗାତ ଖୋଲି ଗାଁ ମାନଙ୍କୁ ଵେହାଲ କରିଦେଉଛନ୍ତି । ଯାହାଫଳରେ ଯାତାୟତରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଯଥା ଶୀଘ୍ର ନଳକୂପ ମରାମତି ନ କଲେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।‌

error: Content is protected !!