Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିହନୁମାନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ:ଷୋହଳ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି ।

ହନୁମାନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ:ଷୋହଳ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି ।

ପାଇକମାଳ – ପାଇକମାଳ ବ୍ଲକ ଅନ୍ତର୍ଗତ ଭୂଇଁଖାର ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ଶୋହଳ ପ୍ରହରୀ ନାମ ଯଜ୍ଞ ଶାନ୍ତି ପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଛି। ଗ୍ରାମବାସୀ ଦ୍ଵାରା ଅନୁଷ୍ଠିତ ଏହି ମନ୍ଦିର ପ୍ରତିଷ୍ଠା ଓ ନାମ ସଂକୀର୍ତ୍ତନ ଯଜ୍ଞରେ ପୂଜା କର୍ତ୍ତା ଭାବେ ରାଜାରାମ ଦାଉ ଓ ଧର୍ମପତ୍ନୀ ଯମୁନା ଦାଉ ଓ ପର୍ଶୁରାମ ସାହୁ ଓ ଧର୍ମପତ୍ନୀ ବିଳାସିନୀ ସାହୁ ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ମିତ୍ରଭାନୁ ଦେବତା ପୌରୋହିତ୍ୟ କରିଥିଲେ। ମାସନାକୁଡ଼ା, ଲିମ୍ବଡିହି,ସାନକୁଞ୍ଜାରି, ଗଠିଆପାଳି, ଡୁମ୍ୱେରବାହାଲ ଆଦି ଗ୍ରାମର ନାମ ସଂକୀର୍ତ୍ତନ ଦଳ ଯୋଗଦେଇ କୀର୍ତ୍ତନ ନାମଯଜ୍ଞା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଗ୍ରାମବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ହନୁମାନ ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ଆଖ ପାଖ ଅଞ୍ଚଳରେ ବହୁ ମହିଳା ଓ ପୁରୁଷ ଯୋଗଦେଇ ଭାଗୀଦାର ହୋଇଥିଲେ।

error: Content is protected !!