Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ଗୁଦେରପାଲି ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମଧ୍ୟ ଇଂରାଜୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଖମାରୀଙ୍କ ଅଧ୍ୟକ୍ଷତାରେ ୧୯୨୪ ମସିହାରେ ୩୩ ଡିସିମିଲ ପରିମିତ ଜମି ରେ ନିର୍ମାଣ ହୋଇଥିବା ୟୁଜିୟୁପି ସ୍କୁଲର ଶତବାର୍ଷିକୀ ଉତ୍ସବ ପଲନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶତବାର୍ଷିକୀ ଉତ୍ସବକୁ କିପରି ମହା ଆଡ଼ମ୍ବରରେ ପାଳିତ କରାଯାଇପାରିବ ସେବିଷୟରେ ଶିକ୍ଷାପ୍ରେମୀ, ଅନୁଷ୍ଠାନ ପ୍ରେମୀ ତଥା ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ପୁରାତନ ଛାତ୍ର ତଥା ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ପାତ୍ର,ଚାଷୀନେତା କିଶୋର ଚନ୍ଦ୍ର ଦେବତା,କିଶୋର ପାତ୍ର, ଧନପତି ଦେବତା, ଆଶୋକ ଦେବତା,ଧିରେନ ଦେବତା,ଜୟଲାଲ ସାହୁ,ମାଧବାନନ୍ଦ ଦେବତା, ନରସିଂହ ପଧାନ,ମୁକେଶ ମୁରାରୀ କେଡିଆ,କେଶବ ପାତ୍ର, ଯଶୋବନ୍ତ ସାଗର,ସାମ୍ବାଦିକ ରିଙ୍କୁ ଦେବତାଙ୍କ ସମେତ ପରିଚାଳନା କମିଟି ର ସଦସ୍ୟ ଉପସ୍ଥିତ ଥିଲେ।

error: Content is protected !!