Saturday, April 19, 2025
spot_imgspot_imgspot_img
Homeରାଜନୀତିଖଡିଆଳ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତିଙ୍କ ନିର୍ବାଚନୀ ସଭା, ମାରାଥନ ପ୍ରଚାର...

ଖଡିଆଳ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତିଙ୍କ ନିର୍ବାଚନୀ ସଭା, ମାରାଥନ ପ୍ରଚାର ଓ କର୍ମୀ ସମ୍ମିଳନୀ ।

ନୂଆପଡ଼ା-ନୂଆପଡ଼ା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିବା ବେଳେ ମହିଳା ମାନେ ସ୍ବାଗତ ଜଣାଇଥିଲି। ନିର୍ବାଚନ ପାଖେଇ ଆସିଥିବା ବେଳେ ମାରାଥନ ପ୍ରଚାର ଜୋର ଧରିଛି। କର୍ମୀ ମାନେ ଉତ୍ସାହିତ ହୋଇ ଦଳୀୟ ଚିହ୍ନ ଏବଂ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ ନେଇ ଲୋକଙ୍କୁ ବୁଝାଇଛନ୍ତି। ଖାଡ଼ିଆଳ ନିର୍ବାଚନ ମଣ୍ଡଳୀ ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡ଼ା ଗ୍ରାମପଞ୍ଚାୟତ ବାବା ମଠ ନିକଟସ୍ଥ ବିଜେପି ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି, କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ରେ ବିଜେପି ସରକାର ଗଠନ କରିବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସଭା ରେ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ମାର୍କଣ୍ଡ ଗହିର, ପୁସ୍ତମ୍ ମଶ୍ରା, ଅମିତ ଜେନ, ରିଖିରାଜ ନାଏକ, ନୀଳାମ୍ବର କଶ୍ୟପ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟ ରଂଜନ ମେହେର, ପ୍ରମୁଖ ଯୋଗ ଦେଇଥିଲେ।

error: Content is protected !!