Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ।

ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ।

ଅତାବିରା-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଖୁଣ୍ଟୁଲିପାଲି ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି ।ଏହି ଦିବସରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ।ସମ୍ମାନୀତ ଅତିଥି ରୂପେ ଅଶ୍ଵିନୀ ପଧାନ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ନବ ବର୍ଷ ବିଷୟରେ ଆଲୋକପାତ କରିଥିଲେ। ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମୁନୁ ବଢ଼େଇ ନବ ବର୍ଷ ପାଇଁ ଏକ ସଙ୍ଗୀତ ଗାନ କରିଥିଲେ ଏବଂ ନବ ବର୍ଷ ପାଳନର ଉଦ୍ଦେଶ୍ୟ ବିଷୟରେ ଶିଶୁ ଭାଇ ଭଉଣୀଙ୍କୁ କହିଥିଲେ ।ଶେଷରେ ବରିଷ୍ଠ ଗୁରୁମା ସାନ୍ତ୍ଵନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ସଂଘ ପ୍ରାର୍ଥନା ଓ ସମିତି ପ୍ରାର୍ଥନା କରାଯାଇଥିଲା ।ସମସ୍ତ ଗୁରୁଜୀ,ଗୁରୁମା,ସେବକ ,ସେବିକାଙ୍କ ସହଯୋଗରେ ଏହି ଉତ୍ସବଟି ପାଳିତ ହୋଇଯାଇଛି ।

error: Content is protected !!