Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବାସନ୍ତୀକ ନବରାତ୍ର ଦୁର୍ଗା ପୂଜା ପାଇଁ କର୍ତ୍ତା ବରଣ ।

ବାସନ୍ତୀକ ନବରାତ୍ର ଦୁର୍ଗା ପୂଜା ପାଇଁ କର୍ତ୍ତା ବରଣ ।

ଅତାବିରା-ବାସନ୍ତୀକ ନବରାତ୍ର ଦୁର୍ଗା ପୂଜା ପାଇଁ କର୍ତ୍ତାବରଣ କରାଯାଇଛି। ସ୍ଥାନୀୟ ଦୁର୍ଗା ମନ୍ଦିରରେ ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାସନ୍ତିକ ନବରାତ୍ର ପୂଜା ହେବାକୁ ଥିବା ବେଳେ କର୍ତ୍ତା ଭାବେ ବାବେବିରା କେନାଲର ବି ବି ଚୌଧରୀ ଓ ପତ୍ନୀ ବି ଲଲିତାଙ୍କୁ କର୍ତ୍ତା ଭାବେ ବରଣ କରାଯାଇଛି। ଦୁର୍ଗା ମନ୍ଦିରର ପୂଜକ ଧରଣୀ ମିଶ୍ର ପୂଜା କାର୍ଯ୍ୟ ସଂପାଦକ କରିଥିବା ବେଳେ ମନ୍ଦିର କମିଟିର ସଭାପତି ଦୈତାରୀ ପ୍ରଧାନ, ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର ବରଣ କରିଥିଲେ। ଏହି ଅବସରରେ କର୍ତ୍ତା ଦମ୍ପତିଙ୍କ ପିତା ମାତା ବି ସତ୍ୟନାରାୟଣ, ବି ଶ୍ରୀଦେବୀ ଉପସ୍ଥିତ ଥିବା ବେଳେ ମନ୍ଦିର କମିଟିର ଉନ୍ନି ନାୟର, ସିଦ୍ଧାର୍ଥ ଶଂକର ପଣ୍ଡା, ସୁରେନ୍ଦ୍ର ସ୍ବାଇଁ, ସୌରଭ ଅଗ୍ରୱାଲ, ବୀରେନ୍ଦ୍ର କର, ଦୋରା ବାବୁ, ଦିଲୀପ ଅଗ୍ରୱାଲ, ରାଜେଶ ପ୍ରଧାନ, ଅଶୋକ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ପାନିବୁଡ଼ି ପ୍ରଧାନ, ଦିନେଶ କୌଶିକ, ବିଲୋସ ଜନପୁରୀ, ଜୟପ୍ରକାଶ ଅଗ୍ରୱାଲ, ବୃନ୍ଦାବନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!