ପଦ୍ମପୁର-ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମି (GAS) ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକା ମାନେ ଅଂଶଗ୍ରହଣ କରିଥିଲେ | ଅନୁଷ୍ଠାନର ନିର୍ଦ୍ଦେଶକ ଡ. କାର୍ତିକ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୀତବାସ ସାହୁ, ଅଞ୍ଚଳ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ମୁଖ୍ୟ ଡ. ବିରଞ୍ଚି ସାହୁ ଓ ପ୍ରାଣୀ ବିଭାଗ ର ଅଧ୍ୟାପିକା ଶ୍ରୀମତୀ ତାପିନି ପଣ୍ଡା ଯୋଗଦାନ କରି ଅନୁଷ୍ଠାନ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ | ସଭା ପ୍ରାରମ୍ଭରେ ଗନ୍ଧମାର୍ଦ୍ଦନ ଏକାଡେମି ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ | ଉକ୍ତ ଅବସରରେ ଜଗନ୍ନାଥ ଦାସ ଓ ଇତିଶ୍ରୀ ଦାଶ ଙ୍କ ଭଜନ ପରିବେଶ କୁ ମନ୍ତ୍ରମୁଗ୍ଧ କରିଥିଲା | ଡ. କାର୍ତିକ ପ୍ରଧାନ ଅନୁଷ୍ଠାନ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ଭିତ୍ତିକ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ବିକାଶ ହିଁ ଅନୁଷ୍ଠାନ ର ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଚଳିତ ଶିକ୍ଷାବର୍ଷ ଠାରୁ ଯୁକ୍ତ ଦୁଇ ବିଜ୍ଞାନ (+2 Science) ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ ତଥା ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ମାନେ ନିଜ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ | ପରିଶେଷରେ ସମସ୍ତଙ୍କ ସକ୍ରିୟ ଯୋଗଦାନ ପାଈଁ ଏକାଡେମି ର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ |