Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସଂଯୁକ୍ତ କୃଷକ ସଂଗଠନ ପ୍ରତିନିଧି ମାନଙ୍କ କ୍ଷେତ୍ର ପରିଦର୍ଶନ ।

ସଂଯୁକ୍ତ କୃଷକ ସଂଗଠନ ପ୍ରତିନିଧି ମାନଙ୍କ କ୍ଷେତ୍ର ପରିଦର୍ଶନ ।

ଅମ୍ବାଭନା-ଅମ୍ବାଭନା ଠାରେ ସଂଯୁକ୍ତ କୃଷକ ସଂଗଠନ ପ୍ରତିନିଧି ମାନଙ୍କ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଗତ ୨୫ ମାର୍ଚ୍ଚରେ ଅମ୍ବାଭନା ଅଞ୍ଚଳରେ ବ୍ୟାପକ ଅଦିନିଆଁ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହୋଉଥିଲା। ଅମ୍ବାଭନା ଅଂଚଳରେ ଚଳିତ ବର୍ଷ ଅଣ ଧାନ ଚାଷ ଯଥା ସୋରିଷ, ସୂର୍ଯ୍ୟମୁଖୀ, ଚିନାବାଦାମ ସହିତ ତରଭୁଜ, ମୁଗ, ବିରି ଆଦି ବହୁତ ପରିମାଣ ରେ ଉତ୍ତମ ଚାଷ ହୋଇଥିବା ଢ଼େଖିବାକୁ ମିଳିଥିଲା। ଚାଷୀମାନେ ଧରାଉଧାର ଆଣି କମ ପାଣି, କମ ଖର୍ଚ୍ଚ କରି ଏହି ଚାଷ କରି ଆନନ୍ଦିତ ମଧ୍ୟଥିଲେ କିନ୍ତୁ ବିଧିରବିଧାନ କାହାକୁ ବା ଜଣା ହଠାତ ଅଦିନିଆଁ ବର୍ଷା ଏବଂ କରମାଡ଼ ଫଳରେ ଅମଳ ଅପେକ୍ଷାରେ ଥିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଫଳରେ ଚାଷୀ ମାନେ ନିରାଶ ଓ ହତାଶ ହୋଇ କାହିଁକି ଧାନ ବ୍ୟତୀତ ଏହି ଅଣ ଧାନ ଚାଷ କରିଥିବା ପ୍ରକାଶ କରୁଛନ୍ତୁ। ବର୍ଷା ପରେ ପ୍ରଭାବିତ ଚାଷୀ ମାନେ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିଥିଲେ କୃଷି ଏବଂ ରାଜସ୍ବ ବିଭାଗ ଅଧିକାରୀ ମାନେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଆଜି ବାରପାହାଡ଼ କୃଷକ ସଂଗଠନ ଏବଂ ସଂଯୁକ୍ତ କୃଷକ ସଂଗଠନ ର ମିଳିତ ପ୍ରତିନିଧି ଦଳ କ୍ଷେତ କ୍ଷେତ ଯାଇ କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖିଛନ୍ତି ଏବଂ ଚାଷୀ ମାନଙ୍କୁ ନିଜର କ୍ଷତି ଲିଖିତ ଭାବେ ଜଣାଇବା କୁ ଅନୁରୋଧ କରିଛନ୍ତି ଏବଂ ପ୍ରଶାସନ କୁ ତୁରନ୍ତ କ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ନିବେଦନ କରିଛନ୍ତି। ସଂଗଠନ ର ରମେଶ ମହାପାତ୍ର, ଉତ୍ପନ୍ନ କୁମାର ଭୋଇ, ସୁଦାମ ପାତ୍ର, ଈଶାନ୍ତ ଭୋଇ,ଇନ୍ଦ୍ରଜିତ ବିଶି, ରୋହିତ ଖମାରୀ, ରମେଶ ରୁହିଦାସ, ଦୁର୍ବାଦଳ ଚୌଧୁରୀ, ତ୍ରିଲୋଚନ ଦୁଆନ, ଜୟପ୍ରକାଶ ବେହେରା ଧନଞ୍ଜୟ ପାତ୍ର, ରାଧେଶ୍ୟାମ ସା ଉପସ୍ଥିତ ଥିଲେ।

error: Content is protected !!