Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଋତୁ କାଳୀନ ଆବାସିକ କେନ୍ଦ୍ରରେ ଅନ୍ତେବାସି ଅସୁରକ୍ଷିତ ଥିବା ଅଭିଯୋଗ।

ଋତୁ କାଳୀନ ଆବାସିକ କେନ୍ଦ୍ରରେ ଅନ୍ତେବାସି ଅସୁରକ୍ଷିତ ଥିବା ଅଭିଯୋଗ।

ନୂଆପଡ଼ା-ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଧରଣୀମାଲ ଗ୍ରାମ ର୍ ଜଣେ ଗରିବ ନିରୀହ ଖଟିଖିଆ ନିଜ ପରିବାର ପ୍ରତିପୋଷଣ ପାଇଁ ଗାଁ ସହର ପରିବାର ବର୍ଗଙ୍କୁ ଦୁର କରି କିଛି ଅର୍ଥ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ହୋଇ ବିଦେଶର ଇଟା ଭାଟିକୁ କାମ କରିବା ପାଇଁ ଯାଆନ୍ତି। ଯେଉଁ ମାନେ ଆର୍ଥିକ ଅନାଟନ ଯୋଗୁଁ ପ୍ରାୟ ବିଦେଶ ଗସ୍ତ କରିଥାନ୍ତି। ସେ ମାନଙ୍କ କହିବା ଅନୁଯାୟୀ ପ୍ରାୟ ତ ୧୮ ବର୍ଷରୁ କମ୍ ବୟସର ଛାତ୍ର ଛାତ୍ରୀ ମାନଙ୍କୁ ଗ୍ରହଣ କରନ୍ତି ନାହିଁ,କିମ୍ବା ତାଙ୍କୁ କୌଣସି ମୁଲ୍ୟ ଦିଅନ୍ତି ନାହିଁ ଯାହ ଫଳରେ ଗାଁରେ ରହିଥିବା ଦାଦା ଆଇ କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ଘରେ ରଖି ମାଁ ବାପା ଦାଦନ ଖଟିବାକୁ ଯାଇଥାନ୍ତି। ହେଲେ ସେଥିରେ ମଧ୍ୟ ଖାଦ୍ୟ ଅଭାବ ଲାଳନ ପାଳନର ଅଭାବ ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ଯୋଜନା ଶିଯିନାଲ ହଷ୍ଟେଲ ବ୍ୟବସ୍ଥା ରହିଛି ଯାହାର ଉଦ୍ଦେଶ୍ୟ ହେଉଛି ଯେଉଁ ଗରିବ ନିରୀହ ଶ୍ରେଣୀର ଶ୍ରମିକ ମାନେ ଅର୍ଥ ଅଭାବ ରୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବେ ତାଙ୍କ କମ୍ ବୟସର ପିଲାମାନଙ୍କ ପାଠପଢ଼ା ସହିତ ରହିବା ଖାଇବା ଏବଂ ତାଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିଛନ୍ତି। ଯାହା ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କିଛି ସ୍କୁଲ ମାନଙ୍କରେ ଏହି ବ୍ୟବସ୍ଥା କରାଯାଇ ଅଛି। ହେଲେ ଏଠାରେ ଦୁଃଖର ବିଷୟ ହେଉଛି ସେହି ଦାୟିତ୍ୱରେ ଯେଉଁ ସିକ୍ଷକ ମାନେ ରହିଛନ୍ତି ସେମାନେ ଆବାସିକ କେନ୍ଦ୍ରରେ ନ ରହିବା ସହିତ ଦାୟିତ୍ଵରେ ଅବହେଳା କରୁଛନ୍ତି। ଓ ତାକୁ ତଦାରଖ କରିବା ପାଇଁ ଯେଉଁ ବିଭାଗୀୟ ଅଧିକାରୀ ଅଛନ୍ତି। ସେ ମାନଙ୍କ ଅବହେଳା ଯୋଗୁଁ ଆଜି ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଯାହା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଗୋଷ୍ଟି ଶିକ୍ଷା ଅଧିନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧରଣୀମାଲରେ ଏହି ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମ ଛଅ ମାସ ପାଇଁ ଆବାସିକ କେନ୍ଦ୍ର କରାଯାଇଛି। ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବାବେବିର କ୍ଲଷ୍ଟର ସିଆରସିସି ଚଣ୍ଡିରାମ ବାଗଙ୍କ ତାଙ୍କ ସ୍କୁଲରେ ହିଁ ଶିବା ସତନାମି ଶ୍ରେଣୀ (ସପ୍ତମ )ପିତା ରାକେଶ ସତନାମି ଙ୍କୁ ଏକ ବିଷାକ୍ତ ସାତ କାମୁଡିବା ଯୋଗୁଁ ଛାତ୍ରର ସ୍ୱାସ୍ଥ୍ୟ ଗୁରୁତର ହୋଇଥିଲା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସିନାପାଲିରେ ପ୍ରାଥମିକ ଚିକିତ୍ସା କରିବା ପରେ ଛାତ୍ରର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଆସିଥିବା ଜଣା ପଡିଥିଲା। ଉକ୍ତ ଘଟଣା ଘଟିବାର ଆଜିକୁ ପାଖା ପାଖି ୨୦ ଦିନ ବିତି ଯାଇଥିଲେ ମଧ୍ୟ ନିଜ ଦାୟିତ୍ୱରେ ଅବହେଳା କରିଥିବା ଶିକ୍ଷକ ଙ୍କବିରୋଧରେ ଜିଲ୍ଲା ଶିକ୍ଷା ବିଭାଗ କିମ୍ବା ବ୍ଲକ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼ୁଛି ନିଜ ଭୁଲକୁ ଲୁଚାଇବା ପାଇଁ ଶିକ୍ଷକଙ୍କ କେତେ ପ୍ରୟାସ ଓ ନିଜ କର୍ମଚାରୀକୁ ସୁରକ୍ଷା ଦେବା ପାଇଁ ଶିକ୍ଷା ଅଧିକାରୀଙ୍କ କେତେ ପ୍ରାୟାସ,ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ କି ପଦକ୍ଷେପ ଗ୍ରହଣ କରୁଛନ୍ତି।

error: Content is protected !!